ବାଲୁଗାଁ ସାମନ୍ତରାୟପୁର ଗ୍ରାମର ଗୀତିକାର ତପନ ପଟ୍ଟନାୟକ ଆଉ ନାହାନ୍ତି !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନୀଳାମ୍ବୁ ଚିଲିକାର ତଟ ଦେଶରେ ଅବସ୍ଥିତ ବାଲୁଗାଁ ସାମନ୍ତରାୟପୁର ଗ୍ରାମ ରେ ଜନ୍ମିତ ” ମୁଁ ଆସିଛି ଦେଖି ମୋ କଳା ଵଦନକୁ ” ପରି ଓଡ଼ିଶାର ପୂରପଲ୍ଲୀ ରେ ବେତାର ରୁ ପ୍ରସାରିତ ଗୀତର ଗୀତିକାର, “ଝରା ଶିଶିର” ର ଉପନ୍ୟାସକାର, “ଟିକିଫୁଲ ର ମୂଲ ” ର ଶିଶୁ ସାହିତ୍ୟିକ, ଓଡ଼ିଆ ସାରସ୍ଵତ ଜଗତର ଅନନ୍ୟ ପ୍ରତିଭା ତପନ ପଟ୍ଟନାୟକ ଆଉ ନାହାନ୍ତି । ଗତକାଲି ଅପରାହ୍ନରେ ଭୂଵନେଶ୍ଵର ଠାରେ ତାଙ୍କର ଆକସ୍ମିକ ଦେହାନ୍ତ ହୋଇଯାଇଛି । ବାଣପୁର ଚିଲିକା ମାଟି ର ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ପରେ ସେ ଥିଲେ କାଵ୍ୟଧାରାର ପରବର୍ତ୍ତୀ ପୀଢ଼ି । ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ତଥା ସଙ୍ଗୀତଜ୍ଞ ସ୍ଵର୍ଗତ ପଦ୍ମଚରଣ ପଟ୍ଟନାୟକ ଙ୍କର ସେ ଥିଲେ ଜ୍ୟେଷ୍ଠ ପୁତ୍ର । ତାଙ୍କର ବିୟୋଗ ସମ୍ବାଦ ରେ ଚିଲିକା ସାହିତ୍ୟ ସମାଜ, ଚିଲିକା ସଙ୍ଗୀତ ନାଟକ ଏକାଡେମୀ, ଜାଗୃତିକା ଚିଲିକା ସଙ୍ଗୀତ ସାହିତ୍ୟ ପରିଷଦ ସ୍ତବ୍ଧ । ତାଙ୍କର ମୃତ୍ୟୁ ଖବର ଶୁଣି ବାଲୁଗାଁ ବାଣପୁର ଅଞ୍ଚଳରେ ଶୋକର ବାତାବରଣ ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *