ବାଙ୍କୀରେ ଦେଖିବାକୁ ମିଳିଛି ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ର ପ୍ରଭାବ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ର ପ୍ରଭାବ ବାଙ୍କୀରେ ଦେଖିବାକୁ ମିଳିଛି ! ଶହ ଶହ ଡ୍ରାଇଭର ଏକାଠି ହୋଇ ଆଜି ବାଙ୍କୀ ମୁଖ୍ୟ ରାସ୍ତା ସହ ଜାତମୁଣ୍ଡିଆ, କଳାପଥର, ତୁଳସୀପୁର ଇତ୍ୟାଦି ସମସ୍ତ ରାସ୍ତା ବନ୍ଦ କରିଥିଲେ ! କେବଳ ଜରୁରୀକାଳୀନ ଗାଡି ଏବଂ ସ୍କୁଲ ପିଲାମାନଙ୍କୁ ପରୀକ୍ଷା ଦେବା ପାଇଁ ନେଉଥିବା ଗାଡି ସବୁକୁ ସୁବିଧା ସୁଯୋଗ ଦେଇଥିଲେ । ଦାବୀ ପୂରଣ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନନେଲେ , ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ସୂଚନା ଦେଇଛି !

 

Leave a Reply

Your email address will not be published. Required fields are marked *