ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ରାଜ୍ୟରେ ଗତ ପନ୍ଦର ତାରିଖରୁ ଚାଲିଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନ ଶେଷରେ ସ୍ଥଗିତ ହୋଇଛି ! ଆସନ୍ତା ତିନି ମାସ ମଧ୍ୟରେ ଦାବୀ ପୂରଣ ଦିଗରେ ଚେଷ୍ଟା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଚିଠି ଏବଂ ଭିଡିଓ ବାର୍ତ୍ତା ପରେ ଡ୍ରାଇଭର ଏକତା ମହାମଞ୍ଚ ଏପରି ନିଷ୍ପତ୍ତି ନେଇଛି ! ସର୍ବୋପରି ସାଧାରଣ ଲୋକଙ୍କ ଅସୁବିଧାକୁ ଆଖି ଆଗରେ ରଖି , ତଥା ସରକାରଙ୍କୁ ତିନି ମାସର ବିଶ୍ବାସ କରି ଏପରି ବିଚାର କରାଯାଇଥିବା କଥା ଅନୁଷ୍ଠାନର ପରିଚାଳନା ମୁଖ୍ୟ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି !