ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସରକାରଙ୍କ ଆଲୋଚନା ପ୍ରତିଶ୍ରୁତି ବିଶ୍ୱାସ କରି ନପାରି ସ୍ଥାନୀୟ ଅଞ୍ଚଳରେ ଓଡିଶା ଡ୍ରାଇଭର ମହାସଂଘ ଡାକରାରେ ଦଶ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିଛି l ଏହାର ପ୍ରଭାବରେ ସୁକିନ୍ଦା ଖଣି ଅଞ୍ଚଳ ସ୍ଥିତ ମୁଖ୍ୟ ରାଜପଥରେ ଆବଶ୍ୟକୀୟ ଗାଡ଼ି ଗୁଡ଼ିକୁ ଛାଡି ଦେଲେ ଅନ୍ୟ କିଛି ଗାଡି ସେତେଟା ଚଳପ୍ରଚଳ କରୁନଥିବା ଦେଖିବାକୁ ମିଳିଛି l ଝୁମ୍ପାଣ ପାଖ ମୁଖ୍ୟ ରାଜପଥରେ ଏବେ ବହୁ ସଂଖାରେ ଗାଡ଼ି ଡ୍ରାଇଭର ମାନେ ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ଅଞ୍ଚଳରେ ଏବେ ଉତ୍ତେଜନାକୁ ଦୃଷ୍ଟିରେ ରଖି କଳିଙ୍ଗନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକ ମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି ।