ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ପୁଲିସ ହେବାକୁ ସ୍ବପ୍ନ ଦେଖୁଥିଲେ ମଣ୍ଟୁ । ଲିଖିତ ପରୀକ୍ଷାରେ ସଫଳ ମଧ୍ୟ ହେଲେ । ଶାରୀରିକ ପରୀକ୍ଷା ପାଇଁ ଦୈାଡ ଅଭ୍ୟାସ କରିବା ବେଳେ ହୃଦଘାତରେ ପ୍ରାଣ ହରାଇଲେ ଯୁବକ ମଣ୍ଟୁ ସେଠୀ । ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଗଡିଆସାହୀ ପଞ୍ଚାୟତ ଅନ୍ତର୍ଗତ ରାକେସିଆ ଗ୍ରାମର ବାସିନ୍ଦା । ସେ କଣ୍ଟିଲୋ ନୀଳମାଧବ କଲେଜରେ ଅଧ୍ୟୟନ କରୁଥିଲେ । ଦେଖିଥିବା ସ୍ବପ୍ନ ଅଧା ଅଧୁରା ରହିବା ସହିତ , ତାଙ୍କର ଏପରି ଆକସ୍ମିକ ଦେହାନ୍ତରେ ସମସ୍ତେ ଶୋକ ପ୍ରକାଶ କରିଛନ୍ତି !

