ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁଙ୍କ ନାମାଙ୍କନ ଶେଭାଯାତ୍ରା ବିରୋଧି ଦଳ ଛାତିରେ କମ୍ପନ ସୃଷ୍ଟି କରିଛି । ନୟାଗଡ଼ ସହର ଉପରେ ୩୦ ହଜାର ବିଜେଡି କର୍ମକର୍ତ୍ତାଙ୍କ ସମାଗମ ବିରୋଧିଙ୍କୁ ଛାନିଆ କରି ଦେଇଛି । ନୟାଗଡ଼ ବ୍ଲକର ୨୯ ଟି ପଞ୍ଚାୟତ, ନୟାଗଡ଼ ପୌରାଞ୍ଚଳ, ଓଡ଼ଗାଁ ବ୍ଲକ ଓ ଓଡ଼ଗାଁ ଏନଏସିର ନେତା ଓ କର୍ମୀମାନେ ଏଥିରେ ସାମିଲ ହୋଇଥିଲେ । ନୟାଗଡ଼ ଦୁର୍ଗାପ୍ରସାଦ ଦଳୀୟ କାର୍ଯ୍ୟାଳୟଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ଛାତ୍ର, ଯୁବ, ମହିଳା, ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ବ୍ୟକ୍ତି ସାମିଲ ହୋଇଥିଲେ । ଅରୁଣଙ୍କ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ୩୦ ହଜାରରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ସାମିଲ ହୋଇଥିବା ବେଳେ ଜନସମୁଦ୍ର ପରି ନୟାଗଡ଼ ଦଳୀୟ କାର୍ଯ୍ୟାଳୟ ଠାରୁ କର୍ମୀ ଓ ନେତା ମାନେ ମାଡ଼ି ଆସିଥିଲେ । ନୟାଗଡ଼ ସହର ଶଙ୍ଖ ମୟ ହୋଇଯାଇଥିଲା । ଅରୁଣ ସାହୁ ଜିନ୍ଦାବାଦ, ଅରୁପ ପଟ୍ଟନାୟକ ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ ଧ୍ୱନିରେ ପ୍ରକମ୍ପିତ ହୋଇଲା ନୟାଗଡ଼ ସହର । ବିରାଟ ଶକ୍ତି ପ୍ରଦର୍ଶନ କରିଛି ନୟାଗଡ଼ ବିଜେଡି । ଗ୍ରୀଷ୍ମ ପ୍ରବାହ ତାତିରେ ଅନେକ ଲୋକ ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ ମଧ୍ୟ ଖରାକୁ ଖାତିର ନକରି ହଜାର ହଜାର କର୍ମୀ ସାମିଲ ହୋଇଥିଲେ । ନୟାଗଡ ନିର୍ବାଚନ ଫଳାଫଳ ଆଜିର ନାମାଙ୍କନ ଦାଖଲରେ ସ୍ପଷ୍ଟ ବାରି ହୋଇପଡିଛି । ବିଜୁ ଜନତା କାର୍ଯ୍ୟାଳୟ ଠାରୁ ଆରମ୍ଭ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଶୋଭାଯାତ୍ରା ଲମ୍ବିଥିବା ଦେଖାଯାଇଥିଲା । ଅରୁଣ ନାମାଙ୍କନ ଆଳରେ ବିରାଟ ଶକ୍ତି ପ୍ରଦର୍ଶନ କରିଛନ୍ତି । ପୁରୀ ବିଜେଡିର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସୁବାଷ କଅଁର, ଆଶିଷ ଅଗ୍ରୱାଲ, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ଝିଲ୍ଲୀ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ । ଏଥି ସହିତ ନୟାଗଡ଼ ପୌରାଞ୍ଚଳର ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମସ୍ତ କାଉନସିଲର ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନାମାଙ୍କନ ପତ୍ର ଦାଖଲରେ ୭ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କ ଯୋଗଦାନ ରହିଥିଲା । ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ସାହୁ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି ।
ଶଙ୍ଖ ମୟ ହେଲା ନୟାଗଡ଼ ସହର : ୩୦ ହଜାରରୁ ଉର୍ଦ୍ଧ୍ୱ ଜନ ସମାଗମ !!!

