ଉଦଯାପିତ ହେଲା ରକ୍ଷା ବନ୍ଧନ ଓ ନିଶା ନିବାରଣ କାର୍ଯ୍ୟକ୍ରମ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରତି ଗ୍ରାମାଞ୍ଚଳରେ ନିଶା ନିବାରଣ ଏବଂ ଭାଇ ଭଉଣୀର ପବିତ୍ର ରାଖୀ ପିନ୍ଧା ସମ୍ପର୍କକୁ ଆରମ୍ଭ କରିଥିବା ଡମପଡାର ଆଧ୍ୟାତ୍ମିକ ସାମାଜିକ ଅନୁଷ୍ଠାନ ଓମ ଶାନ୍ତି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଆଜି ଥିଲା ଉଦଯାପିତ ତଥା ଅନ୍ତିମ ଦିବସ | ପ୍ରାୟ ଗୋଟେ ମାସ ହେବ ଡମ ପଡା ବ୍ଲକର ଡିଗ୍ରୀ, ଆଞ୍ଚଳିକ ମହା ବିଦ୍ୟାଳୟ, କୁସୁନ୍ଦା, କୁସୁପଙ୍ଗି, ଦୁଲଣାପୁର, ତାଳବସ୍ତ ଉଚ୍ଚ ବିଦ୍ୟାଳୟ ଏବଂ ଗୋବିନ୍ଦପୁର ଆଦର୍ଶ ବିଦ୍ୟାଳୟ, ଚେତନା ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଅନୁଷ୍ଠାନ,ଅରପୁର ଏବଂ ଦୁଲଣାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ସହିତ ନିଶା ନିବାରଣ ସଚେତନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଓମ ଶାନ୍ତି ତରଫରୁ ବିରଞ୍ଚି ଭାଇ, ବ୍ରହ୍ମା କୁମାରୀ ଚିନ୍ମୟୀ, ବ୍ରହ୍ମା କୁମାରୀ ସ୍ୱପ୍ନାଙ୍କ ଦ୍ଵାରା ପୃଥକ ପୃଥକ ସ୍ଥାନରେ ରାକ୍ଷୀ ବନ୍ଧା ହୋଇଥିଲା | ଭଉଣୀ ମାନେ ଭାଇ ମାନଙ୍କ ହାତରେ ରାକ୍ଷୀ ବନ୍ଦିଲା ବେଳେ ଶପଥ କରାଇଥିଲେ ଯେ ନିଶା କେବେ ପିଇବେ ନାହିଁ ବୋଲି | ଭାଇ ମାନେ ଭଉଣୀର ମୁଣ୍ଡ ଛୁଇଁ ଶପଥ କରିଥିଲେ ଯେ ଜୀବନରେ କେବେ ନିଶାଦ୍ରବ୍ୟକୁ ଅନଇବେ ନାହିଁ | ଏପରି ପୋଗ୍ରାମ କରିବା ଦ୍ଵାରା ସବୁ କ୍ୟାମ୍ପରେ ଗୋଟେ ଭାବ ବିଭୋଳ ସୁନ୍ଦର ପରିବେଶ ଟିଏ ତିଆରି ହୋଇଥିଲା | ସମୁଦାୟ ଏକ ହଜାରରୁ ଅଧିକ ଭାଇ ଭଉଣୀ ଏଥିରେ ସାମିଲୀ ହୋଇଥିଲେ |ଓମ ଶାନ୍ତି, ଡମାପଡାର ଏହି ଜନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ ପ୍ରଶଂସା କରିଛନ୍ତି |

Leave a Reply

Your email address will not be published. Required fields are marked *