କରୋନା ସଂକ୍ରମଣ ରୋକିବାକୁ କନ୍ଧମାଳ ପ୍ରଶାସନର ତତ୍ପରତା ।

0
164

କନ୍ଧମାଳ ( ଆୱାଜ ମିଡ଼ିଆ ) ସଞ୍ଜୟ କୁମାର ପାଣିଗ୍ରାହୀ : କରୋନା ଦ୍ଵିତୀୟ ଲହରୀରେ ସାରା ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପଦକ୍ଷେପ ନେବା ସହ ସମସ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସ୍ଥିତିରେ କନ୍ଧମାଳ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ବାଲିଗୁଡ଼ା ଅଞ୍ଚଳରେ ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ସାମାଜିକ ଦୂରତା ଓ ମାସ୍କ ଚେକିଂକୁ କଡ଼ାକଡ଼ି କରାଯାଇଛି । କୋଭିଡ ନିୟମ ଉଲଘଂନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ଦୁଇଟି ଦୋକାନ ସିଲ୍ କରା ଯାଇଥିବା ବେଳେ ଅମାନିଆଙ୍କ ନିକଟରୁ ୨୯୦୦ ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡ଼ିଛି । ଦିନକୁ ଦିନ ବାଲିଗୁଡ଼ା ଅଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଛି l ଏଣୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଅମାନିଆଙ୍କ ନିକଟରୁ ଜୋରିମାନା ଆଦାୟ କରାଯାଉଥିବା ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here