ବାଣପୁର ମା ଭଗବତୀଙ୍କ ପୀଠ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟରପ୍ଲାନ କୁ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ‘ ଭଗବତୀଙ୍କ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ୫- ଟି ଉପକ୍ରମରେ ମାଷ୍ଟରପ୍ଲାନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାକୁ ନେଇ ବାଣପୁର ଅଞ୍ଚଳ ରେ ଖୁସିର ଲହରୀ ଖେଳିଯାଇଛି । ତେବେ ପୂର୍ତ୍ତ ବିଭାଗର ପର୍ଯ୍ୟଟ୍ଟନ ସ୍ଥଳୀ ଓ ଐତିହ୍ୟ କୀର୍ତ୍ତିରାଜିର ସମନ୍ୱିତ ବିକାଶ ଯୋଜନାରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି ।

ତେବେ ଗତବର୍ଷ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ୫ ଟି ସଚିବ ଭି.କେ. ପାଣ୍ଡିଆନ ବାଣପୁର ଗସ୍ତରେ ଆସି ମା ‘ ଭଗବତୀଙ୍କ ମନ୍ଦିର ପରିଦର୍ଶନ କରି ସାରିବା ପରେ ଏହାର ଉନ୍ନତିକରଣ ନିମନ୍ତେ ସେବାୟତ ଓ ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ସହ ଆଲୋଚନା କରିଥିଲେ । ମା,ଭଗବତୀ ଙ୍କ ମନ୍ଦିର ର ବିଭିନ୍ନ ବିକାଶ ସମ୍ପର୍କରେ ମନ୍ଦିର ପ୍ରଶାସନ ସହ ମଧ୍ୟ ଆଲୋଚନା କରିଥିଲେ l ଏହି ଆଲୋଚନା ସମୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଙ୍କ ସମେତ ବାଣପୁର ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ମିଟୁ ନାୟକ , ମା, ଭଗବତୀ ଏଣ୍ଡୋମେଣ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ମା, ଭଗବତୀଙ୍କୁ ଦର୍ଶନ ନିମନ୍ତେ ସଦାସର୍ବଦା ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମୁଥିବା ବେଳେ ମା ଙ୍କ ମନ୍ଦିର ଉନ୍ନତି ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇ ଆସୁଥିଲା । ନବମ ଶତାବ୍ଦୀରେ ନିର୍ମିତ ମା ଙ୍କ ମନ୍ଦିରର ବିକାଶ ପାଇଁ ୫-ଟି ଉପକ୍ରମରେ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଛି । ସିଂହଦ୍ଵାର ଠାରୁ ଆରମ୍ଭ କରି ପରିକ୍ରମା ଘାଟ, ଯାତ୍ରା ପଡିଆ, ଯାତ୍ରୀ ମାନଙ୍କ ସୁବିଧା ପାଇଁ ବ୍ୟବସ୍ଥାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସ୍ବତନ୍ତ୍ର ଭାବରେ ଗୁରୁତ୍ଵ ପ୍ରଦାନ କରାଯାଇ ଥିବା ଜଣାଯାଇଛି । ଏତଦ୍ ବ୍ୟତୀତ ରାସ୍ତା ନିର୍ମାଣ ଓ ନଦୀ ଘାଟରେ ବିକାଶ ସମେତ ବହୁମୁଖୀ ଆଶ୍ରୟ ସ୍ଥଳୀ ଆଦି ବିଭିନ୍ନ ପ୍ରକାରର ନିର୍ମାଣ ଉପରେ ମଧ୍ୟ ବିଶେଷ ଭାବରେ ଧ୍ୟାନ ଦିଆଯାଇଥିବାର ଜଣାପଡ଼ଛି । ଓଡିଶା ର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଉକ୍ତ ପ୍ରୋଜେକ୍ଟ ଉପରେ ମୋହର ମାରିବା ପରେ ବାଣପୁରରେ ଏନେଇ ଖୁସିର ଲହରୀ ଖେଳିଯାଇଛି । ରାଜ୍ୟ ପ୍ରତ୍ନତତ୍ତ୍ଵ ନିର୍ଦ୍ଦେଶାଳୟ ତତ୍ତ୍ଵାବଧାନରେ ରାଜ୍ୟର ସେତୁ ନିର୍ମାଣ ନିଗମ ଦୁଇ ବର୍ଷ ମଧ୍ୟରେ ପ୍ରୋଜେକ୍ଟ ସମ୍ପୁର୍ଣ୍ଣ କରିବ ବୋଲି ବାଣପୁର ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ମିଟୁ ନାୟକ ପ୍ରକାଶ କରିଛନ୍ତି । ଏବଂ ମା, ଭଗବତୀଙ୍କ ପୀଠରେ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ମୋହର ବାଜିବା ପରେ ନଗରପାଳ ମିଟୁ ନାୟକ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ପ୍ରକାଶ କରିଛନ୍ତି । ଏନେଇ ବାଣପୁର ବାସୀଙ୍କ ତରଫରୁ ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସାଂସଦ ପିନାକୀ ମିଶ୍ର, ଫାଇବ ଟି ସଚିବଙ୍କୁ ମଧ୍ଯ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *