ଆର. ଉଦୟଗିରି ବ୍ଲକରେ ମିଶନ ଜୀବିକା ମାଧ୍ୟମରେ ଧାନ କଳ , ଚୂନା କଳ ବଣ୍ଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକରେ ମିଶନ ଜୀବିକା ମାଧ୍ୟମରେ ଧାନ କଳ , ଚୂନା କଳ ବଣ୍ଟନ ସହ ମହିଳା ପନିପରିବା ବ୍ୟବସାୟୀ ମାନଙ୍କୁ ଛତା, ମାପଦଣ୍ଡ ଓ ପ୍ଲାଷ୍ଟିକ କ୍ରେଟ ପ୍ରଦାନ କରାଯାଇଛି । ଆଦିବାସୀ ଉନ୍ନୟନ ବିଭାଗର ମିଶନ ଜୀବିକା ପକ୍ଷରୁ 12 ଟି ଧାନ କଳ ଓ 8 ଟି ଚୁନା କଳ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କୁ ପ୍ରଦାନ କରାଯାଇଛି । ମହିଳା ପନିପରିବା ବ୍ୟବସାୟୀ ମାନଙ୍କୁ ଛତା, ମାପଦଣ୍ଡ ଓ ପ୍ଲାଷ୍ଟିକ କ୍ରେଟ ବଣ୍ଟନ କରିଥିବାର ଜଣା ପଡ଼ିଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଗଜପତି ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାର, ଆର ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରେମନ ଖର୍ସେଲ, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଫାଲଗୁନ ମାଝୀ , ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ ଖମାରୀ, ମିଶନ ଜୀବିକା ପ୍ରକଳ୍ପ ସଂଯୋଜକ ଗୌତମ ସ୍ୱାଇଁ, ବ୍ଲକର ଅଧ୍ୟକ୍ଷ, ବିଜେଡି ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ବଣ୍ଟନ ଦ୍ଵାରା ମାଆ ମାନେ ଦୁଇ ପଇସା ରୋଜଗାର କରିବା ସହ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବେ, ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇ ପାରିବ ବୋଲି ଆଶା କରାଯାଉଛି । ଏହି ଭଳି କାର୍ଯ୍ୟକ୍ରମ କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *