ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୋଲିସ ଜନ ସାଧାରଣ ଙ୍କର ସୁରକ୍ଷା କବଚ । କାହାର ଯଦି କିଛି ଅସୁବିଧା ହୁଏ ସେ ପୋଲିସ ର ଆଶ୍ରୟ ନେଇଥାଏ । ପୋଲିସ ର ନାମ ସୁଣିଲେ ଚୋର ,ଦଲାଲ ଓ ଦୁଷ୍ଟ ଶ୍ରେଣୀର ଲୋକମାନେ ଭୟଭୀତ ହୋଇଥାନ୍ତି ! ଏପରିକି ଚୋରମାନେ ଲୁଚିଛପି ଯାନ୍ତି । କିନ୍ତୁ ଏବେ କେତେକ ଦୁର୍ବୁତ୍ତ ପୋଲିସ କୁ ଟକର ଦେଇ ଚୋରି , ଡକାୟତି ଓ ରାହାଜାନୀ କରିବାକୁ ଭୟ କରୁନାହାନ୍ତି । ଏପରି ସ୍ଥଳେ ପୋଲିସ ବିଟ୍ ହାଉସ ଭିତରୁ ବିଟ୍ ହାଉସ ଅଧିକାରୀଙ୍କ ବାଇକ୍ କୁ ଦିନ ଦିହିପ୍ରହରେ ଚୋରି କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି ଦୁର୍ବୁତ୍ତ । ତେବେ ଜନସାଧାରଣ କେତେ ସୁରକ୍ଷିତ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧିନ ଗମ୍ଭାରୀମୁଣ୍ଡା ବିଟ୍ ହାଉସ ଠାରେ । ଗମ୍ଭାରୀମୁଣ୍ଡା ଅଞ୍ଚଳରେ ପ୍ରାୟ ଛ ମାସ ଧରି ବିଭିନ୍ନ ସ୍ଥାନରୁ ଚୋରି ହେଉଥିବା ଅଭିଯୋଗ ହୋଇ ଆସୁଥିଲେବି ପୋଲିସ ପାଟ୍ରୋଲିଙ୍ଗ ଅଭାବ ସାଙ୍ଗକୁ ପ୍ରଶାସନର ଏଥିପ୍ରତି କୋହଳ ମନବୃତ୍ତି ଯୋଗୁ ଦୁର୍ବୁତ୍ତ ମାନଙ୍କର ପ୍ରାଦୁର୍ଭାବ ବଢ଼ିଚାଲିଥିବା ସାଧାରଣ ରେ ଆଲୋଚନା ହେଉଛି । ଫଳରେ ଗମ୍ଭାରୀମୁଣ୍ଡା ଅଂଚଳରୁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହୋଇ ଆସୁଛି । ଏପରି ସ୍ଥଳେ ପ୍ରଶାସନ ଏହାକୁ ରୋକିବାରେ ସମ୍ପୁର୍ଣ୍ଣ ବିଫଳ ବୋଲି ଆଲୋଚନା ଜୋର ଧରିଛି । ଯାହାଫଳରେ ପୋଲିସ ଉପରୁ ଜନ ସାଧାରଣଙ୍କର ବିଶ୍ୱାସ ତୁଟିବାରେ ଲାଗିଛି I ତେବେ ଗତକାଲି ମଧ୍ୟାହ୍ନରେ ଗମ୍ଭାରୀମୁଣ୍ଡା ପୋଲିସ ବିଟ ହାଉସ ପରିସରୁ ବିଟ ହାଉସର ଅଧିକାରୀ ଦିଲ୍ଲୀପ ବିଶ୍ୱାଳ ଙ୍କର ଏକ ଦୁଇ ଚକିଆ ଯାନଟି ଚୋରି ହୋଇ ଯାଇଥିବାର ବିଶେଷ ସୁତ୍ରରୁ ଖବର ମିଳୁଛି I ଦିନ ଦିହିପ୍ରହରେ ଦୁର୍ବୁତ୍ତ ଚତୁରତାର ସହ ପୋଲିସ କୁ ଚକମା ଦେଇ ଗମ୍ଭାରୀମୁଣ୍ଡା ପୋଲିସ ବିଟ୍ ହାଉସରୁ ବିଟ୍ ହାଉସ ର ଅଧିକାରୀଙ୍କ ଗାଡିକୁ ଚୋରି କରିବାରେ ସଫଳ ହୋଇଛି ।ଏହାକୁ ନେଇ ଗମ୍ଭାରୀମୁଣ୍ଡା , ନାଚୁଣୀ, ବାଣପୁର ଓ ବାଲୁଗାଁ ଆଦି ଅଞ୍ଚଳ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି I ତେବେ ଉକ୍ତ ଘଟଣା ସମ୍ପର୍କରେ ଜାଣିବା ପାଇଁ ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା ଙ୍କ ସହିତ ଯୋଗାଯୋଗ କରିବାରେ , ସେ କହିଥିଲେ ଏସମ୍ପର୍କରେ କେସ ରୁଜୁ ହୋଇନାହିଁ କିନ୍ତୁ ତଦନ୍ତ ଚାଲିଛି ।
ସ୍ପଷ୍ଟ ଦିବାଲୋକରେ ପୋଲିସ କୁ ଚକମା ଦେଲେ ଦୁର୍ବୁତ୍ତ : ଗମ୍ଭାରୀମୁଣ୍ଡା ବିଟ୍ ହାଉସରୁ ପୋଲିସ ଅଧିକାରୀଙ୍କ ବାଇକ୍ ଚୋରି !!!

