ପର୍ଶୁରାମପୁର ଗ୍ରାମ ନିକଟରେ ମାଲ ବୋଝେଇ ଗାଡ଼ି ଚଢି ଜଣେ ମୃତ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ପର୍ଶୁରାମପୁର ଗ୍ରାମ ନିକଟରେ ମାଲ ବୋଝେଇ ଗାଡ଼ି ଚଢି ଜଣେ ମୃତ ! ଘଟଣା ସ୍ଥଳରେ ଲାଗି ରହିଛି ଚାପା ଉତେଜନା ! ମୃତକ ଙ୍କ ପରିବାର କୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ରଖି ରାସ୍ତା ରୋକ , ଖବର ପାଇଁ ଘଟଣା ସ୍ଥଳ ରେ ପହଞ୍ଚିଲା ବୈଦେଶ୍ଵର ପୋଲିସ ! ବାଙ୍କୀ ବ୍ଲକ ବୈଦେଶ୍ଵର ଥାନା ଅନ୍ତର୍ଗତ ପର୍ଶୁରାମପୁର ଗ୍ରାମ ଛକ ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ! ମାଲ ବୋଝେଇ ଟ୍ରକ ଚଢି ଜଣେ ମୃତ ! ସ୍ଥାନୀୟ ପର୍ଶୁରାମପୁର ଗ୍ରାମର ବିଜୟ କୁମାର ସାହୁ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବାର ସୂଚନା ମିଳିଛି ! ସେପଟେ ମୃତକଙ୍କ ପରିବାର ଓ ଗ୍ରାମବାସୀ କ୍ଷତି ପୂରଣ ଦାବି କରି ଖଣ୍ଡପଡ଼ା ଭୁବନେଶ୍ୱର ରାଜପଥ କୁ କରିଛନ୍ତି ଅବରୋଧ ! ଧକ୍କା ଦେଇଥିବା ମାଲ ବୋଝେଇ ଗାଡ଼ି ସହିତ ଡ୍ରାଇଭର କୁ ଗ୍ରାମବାସୀ ଅଟକ ରଖିଛନ୍ତି ! ଖବର ପାଇ ଘଟଣା ସ୍ଥଳରେ ବୈଦେଶ୍ଵର ପୋଲିସ ପହଁଚି ଉତ୍ୟକ୍ତ ଗ୍ରାମବାସୀ ଙ୍କୁ ବୁଝାସୁଝା ଜାରି ରଖିଛନ୍ତି ! ଗ୍ରାମବାସୀ ଙ୍କ ପକ୍ଷରୁ ମୃତକ ଙ୍କ ପରିବାରକୁ 10 ଲକ୍ଷ ଟଙ୍କା ର କ୍ଷତି ପୂରଣ ସହାୟତା ପାଇଁ ଦାବୀ ହେଉଛି ! ସୂଚନା ଥାଉକି ଆଜି ସକାଳୁ ସକାଳୁ ପର୍ଶୁରାମପୁର ଗ୍ରାମର ବିଜୟ ସାହୁ ରାସ୍ତା କଡ଼ ର ଥିବା ଏକ ଦୋକାନକୁ ସଉଦା କିଣିବାକୁ ଆସିଥିବା ବେଳେ , ଖଣ୍ଡପଡା ପଟୁ ଦ୍ରୁତ ଗତିରେ ଏକ ମାଲ ବୋଝେଇ କୋଡିଏ ଚକିଆ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ! ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା !

Leave a Reply

Your email address will not be published. Required fields are marked *