ଦାବୀ ପୂରଣ ପାଇଁ ଦାବୀ ପତ୍ର ଦେଲା ଆଶାକର୍ମୀ ଆସୋସିଏସନ !!!

Spread the love

ନୟାଗଡ ( ଆୱାଜ ମିଡିଆ ) – ବିଶ୍ବଭୂଷଣ ମହାପାତ୍ର : ଆଶାକର୍ମୀଙ୍କ ଦାବୀ ପୁରଣ ନିମନ୍ତେ ନୟାଗଡ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ । ଓଡିଶା ଆଶାକର୍ମୀ ଆସୋସିଏସନ୍ ସି.ଆଇ.ଟି.ୟୁ ର ନୟାଗଡ ଜିଲ୍ଲା କମିଟି ତଥା ଜିଲ୍ଲାର ଆଶାକର୍ମୀଙ୍କ ତରଫରୁ ଜିଲ୍ଲାପାଳ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଛନ୍ତି କି , ଆଶାକର୍ମୀ ମାନେ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଗ୍ନିଶମ ବାହିନୀ ପରି ବିଭିନ୍ନ ଯୋଜନାକୁ ତଳସ୍ତରରୁ କାର୍ଯ୍ୟକାରୀ କରୁଛନ୍ତି । ଏମିତି କି ଅପହଞ୍ଚ ସ୍ଥାନରେ ସ୍ବାସ୍ଥ୍ୟସେବା ଯୋଗାଇବା ସହିତ covid-19 ସମୟରେ ନିଜ ଜୀବନକୁ ପାଣି ଛଡାଇ ନିଜ ପରିବାର କୁ ପଛରେ ପକାଇ କାର୍ଯ୍ୟ ମଧ୍ୟ କରିଛନ୍ତି ! ତେବେ ସବୁଠାରୁ ଦୁଖଃ ଓ ପରିତାପର ବିଷୟ , ଦୀର୍ଘ ୧୭ ବର୍ଷ ଧରି ସ୍ବାସ୍ଥ୍ୟ କ୍ଷେତ୍ରରେ ଛାମୁଆ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଆଶାକର୍ମୀ ମାସିକ ସର୍ତ୍ତ ଭିତିକ ସ୍ବଳ୍ପ ପ୍ରୋତ୍ସାହନ ରାଶି ଓ ସାମୟିକ ସରକାରୀ ସୁବିଧା ପାଉଛନ୍ତି ! କିନ୍ତୁ କେରଳ , ଆନ୍ଧ୍ର ପ୍ରଦେଶର ଭଳି ବହୁ ରାଜ୍ୟରେ ଆଶାକର୍ମୀ ମାନେ ମାସିକ ପ୍ରୋତ୍ସାହନ ରାଶି ପରିବର୍ତ୍ତେ ୧୦ ହଜାର ଟଙ୍କାରୁ ଉର୍ଦ୍ଧ ଦରମା ପାଉଛନ୍ତି ! ହେଲେ ଆମ ରାଜ୍ୟରେ ସର୍ତ୍ତ ଭିତିକ ମାସିକ ସ୍ବଳ୍ପ ପ୍ରୋତ୍ସାହନ ରାଶି ରେ ଏହା ସୀମିତ । ଫଳରେ ଆଶାକର୍ମୀଙ୍କ ପରିବାର ବହୁ ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ନୟାଗଡ ଜିଲ୍ଲାପାଳଙ୍କ ଜରିଆରେ ଓଡିଶା ଆଶା କର୍ମୀ ଆସୋସିଏସନ୍ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି !

Leave a Reply

Your email address will not be published. Required fields are marked *