ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବି.ଏନ.ପ୍ୟାଲେସ୍ ପରିସରରେ ରାଜସ୍ୱ ଅମଲା ସଂଘର ସଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ରାଜସ୍ୱ ଅମଲା ସଂଘର ସଭାପତି ଯୁଧିଷ୍ଠିର ରଣସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିବା ଏହି ବୈଠକରେ ଉପସଭାପତି ବିଶିକେସନ ଦଲାଇ, ସମ୍ପାଦକ ଶାନ୍ତୁନୁ ମିଶ୍ର, ସହସମ୍ପାଦକ ଶୁଶୀଲ କୁମାର କର ଓ କୋଷାଧ୍ୟକ୍ଷ ଭବାନୀ କର ମଞ୍ଚାସୀନ ଥିଲେ । ଏହି ବୈଠକରେ ଜିଲ୍ଲା ସ୍ତରୀୟ କନିଷ୍ଠ ରାଜସ୍ୱ ସହାୟକ ମାନଙ୍କ ଗ୍ରେଡ ପେ – ୧୯୦୦ ରୁ ୪୨୦୦ଟଙ୍କାକୁ ବୃଦ୍ଧି କରିବା, ଜିଲ୍ଲା ରାଜସ୍ୱ ଅମଲାଙ୍କୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ପ୍ରଦାନ, ଏନପିଏସ ବଦଳରେ ପୂରାତନ ପେନସନ ବ୍ୟବସ୍ଥା ଲାଗୁ କରିବା, ରାଜସ୍ୱ ସହାୟକ ମାନଙ୍କ ପାଇଁ ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା କରିବା, ପୂରୁଣା ଥଇଥାନ ବ୍ୟବସ୍ଥା କୁ ଲାଗୁ କରିବା, ୬୭୨ ଉପବିଭାଗୀୟ ଅଧିକାରୀ ଉଚ୍ଛେଦ ନିଷ୍ପତିକୁ ପ୍ରତ୍ୟାହାର କରିବା ଓ ଓଡିଶା ରାଜସ୍ୱ ସେବାରେ ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲା ମାନଙ୍କୁ ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥା ବର୍ତ୍ତମାନ ରହଥିବା ୪୦ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିବା ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅମଲା ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ରାଜସ୍ୱ ସହାୟକ ଶିବପ୍ରସାଦ ପଣ୍ଡା ପରିଚାଳନା କରିଥିବା ବେଳେ ବଳଦେବ ରଥ, ସନ୍ଦୀପ ବଡଘର ଓ ଚାରୁଦତ୍ତ ପ୍ରଧାନ ସହଯୋଗ କରିଥିଲେ ।
ଗଜପତି ଜିଲ୍ଲା ରାଜସ୍ୱ ଅମଲା ସଂଘର ସାଧାରଣ ବୈଠକ ଅନୁଷ୍ଠିତ !!!

