ସ୍ଥାନୀୟ ଟ୍ରାନ୍ସପୋର୍ଟ ବିରୋଧରେ ଗାଡି ମାଲିକଙ୍କ ତରଫରୁ ସୁକିନ୍ଦା ଥାନାରେ ଅଭିଯୋଗ
ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଖଣି ଅଞ୍ଚଳରୁ ଗାଡି ମାଲିକ ମାନେ ବିଭିନ୍ନ ଟ୍ରାନ୍ସପୋର୍ଟ ମାଧ୍ୟମରେ ନିଜ ଗାଡି ଯୋଗେ ମାଲ ପରିବହନ କରୁଥିବା ବେଳେ , ମାଲ ପରିବହନ ର ବିଲ ପାଇବା ନିମନ୍ତେ NECC ଓ EXIM ଟ୍ରାନ୍ସଫର୍ମରେ ଚାଲଣ ପୈଠ କରିବା ପରେ ବିଲ ମିଳିବା ହେଉଛି ବିଳମ୍ବ . ଗାଡି ମାଲିକ ମାନେ ବିଲ ପାଇବା ପାଇଁ ଟ୍ରାନ୍ସପୋର୍ଟ ଅଫିସକୁ ଦୌଡ଼ି ଦୌଡ଼ି ନିରାଶ ହେଉଥିବା ସହିତ ଟ୍ରାନ୍ସପୋର୍ଟ କର୍ମଚାରୀ ମାନେ ଗାଡି ମାଲିକଙ୍କୁ ବ୍ୟବହାର ଖରାପ କରୁଥିବା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି ଗାଡି ମାଲିକ । ଅଭିଯୋଗକାରୀ ପଦ୍ମନାଭ ପହି, ଲିଟୁନ କୁମାର ଜେନା, ନରେନ୍ଦ୍ର ଧଳ, ସୁଦର୍ଶନ ପାତ୍ର, ପ୍ରଶାନ୍ତ ସାହୁ, ଏସକେ ସାବୀରଙ୍କ ସମେତ ବହୁ ଗାଡି ମାଲିକଙ୍କ ଉପସ୍ଥିତରେ ଗୁରୁବାର ଦିବା 11 ଘଟିକା ସମୟରେ ସୁକିନ୍ଦା ଥାନାରେ ଏହି ଲିଖିତ ଅଭିଯୋଗ ଦିଆଯାଇଛି । ଯଦି ଗାଡି ମାଲିକ ମାନନଙ୍କର ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଗାଡି ମାଲିକ ମାନେ ହାଇକୋର୍ଟର ଦ୍ୱାରସ୍ତ ହେବେ ବୋଲି ପ୍ରକାଶ କରିଛନ୍ତି ।