ବାଙ୍କୀ ରେ ଛତୁ ଫୁଟିଲା ପରି ଖୋଲୁଛି କମ୍ପୁଟର ସଂସ୍ଥା !!!

Spread the love

କାମରେ ଆସୁନି ସାର୍ଟିଫିକେଟ : ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଣ ପଞ୍ଜୀକୃତ ସଂସ୍ଥା

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ବାଙ୍କୀ ରେ ଦେଖିବାକୁ ମିଳୁଛି ମାଳ ମାଳ ବେନାମୀ କମ୍ପୁଟର ଶିକ୍ଷା ପ୍ରଦାନକାରୀ ସଂସ୍ଥା , ଲୋଭନୀୟ ପ୍ରଚାର କରି ପିଲାଙ୍କୁ କରୁଛନ୍ତି ଆକର୍ଷିତ . ତେବେ କୌଣସି କାମରେ ଆସୁନି ସେସବୁ ସଂସ୍ଥାରୁ ମିଳିଥିବା ସାର୍ଟିଫିକେଟ . ଅଭିଭାବକ ମାନେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି , ନିଯୁକ୍ତି ପ୍ରଦାନ କିମ୍ବା ଅନ୍ୟ କୌଣସି ସରକାରୀ ବେସରକାରୀ କାମରେ ସେସବୁ ସାର୍ଟିଫିକେଟ ଗ୍ରହଣୀୟ ହେଉନାହିଁ . ପ୍ରଶାସନ ତରଫରୁ ଏ ଦିଗରେ କୌଣସି ବାଧକତା ନଥିବାରୁ , ସାଇନବୋର୍ଡ଼ ମାରି ପ୍ରଚାର କରି କିଛି ବ୍ୟକ୍ତି କମ୍ପୁଟର ସଂସ୍ଥାକୁ ଅର୍ଥ ରୋଜଗାରର ମାଧ୍ୟମ କରିଛନ୍ତି . ତେବେ ପଞ୍ଜୀକରଣ କିମ୍ବା ବିଭାଗୀୟ ଅନୁମତି ନଥିବାରୁ , ଟଙ୍କା ଖର୍ଚ୍ଚ କରି ସେସବୁ ସଂସ୍ଥାରୁ ପାଠ ପଢି ସାର୍ଟିଫିକେଟ ପାଇଥିବା ଛାତ୍ରଛାତ୍ରୀ ନିରାଶ ହେଉଛନ୍ତି .

Leave a Reply

Your email address will not be published. Required fields are marked *