ଭାଇ ହାତରେ ଆଉ , ଭଉଣୀ ବାନ୍ଧି ପାରିବନି ରାକ୍ଷୀ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଭାଇ ଆଉ ଫେରିବନି , ଚାଲି ଯାଇଛି କେଉଁ ଅଫେରା ରାଇଜକୁ ! କିଏ ମୋ ଭାଇକୁ ଆଣିଦେବ ବୋଲି ଭଉଣୀ କହୁଛି କୋହଭରା କଣ୍ଠରେ । ଏଇ ପୁଲିସ ବାବୁ ମାନେ ଚାକିରୀ କରି ଲାଞ୍ଚ ନେଇ ଗଣ୍ଡଗୋଳ କୁ ସମାଧାନ କରିବା ପରିବର୍ତ୍ତେ ବହୁ ଗୁଣରେ ବଢ଼ାଇ ଦେଇ ଆଜି ମୋ ଭାଇ ଚାଲିଗଲା ! ଆମକୁ ନ୍ୟାୟ ମିଳୁ ବାରମ୍ବାର କହି ଚାଲିଥିଲା ଭଉଣୀ । ମୁଁ ଆଉ କାହା ହାତରେ ରାକ୍ଷୀ ବାନ୍ଧିବି । ଏପରି ବର୍ବରୋଚିତ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମରେ ! ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ କ୍ରିକେଟ ଖେଳକୁ କେନ୍ଦ୍ର କରି କଳହ ଉଗ୍ର ରୂପ ଧାରଣ କରି ଗ୍ରାମର ଲୋକମାନେ ଜଣଙ୍କୁ ଅଟକାଇ ଅତି ଅମାନୁଷିକ ଭାବେ ଆକ୍ରମଣ କରି ଛାଡି ଚାଲି ଯାଇଥିଲେ ! ଆକ୍ରମଣର ଶିକାର ହୋଇ ହରିହର ବଳିୟାର ସିଂହଙ୍କ ପୁତ୍ର ପ୍ରତାପ ଆଜି ଚିର ନିଦ୍ରାରେ । ତେବେ ପ୍ରତାପଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ହୋଇ ଗୋଟିଏ କାର ,ଟାଟା ଏସି ଓ ପାଳଗଦା ପୋଡି ଦେବା ସହିତ ଅନେକ ଦୋକାନ ଭଙ୍ଗାରୁଜା କରି ପରିବେଶ ଅଶାନ୍ତ ହୋଇ ପଡ଼ିଛି । ଗାଁ ଆଜି ଚାରିଆଡେ ଖାଁ ଖାଁ । ପରିବାର ଲୋକମାନେ ନ୍ୟାୟ ପାଇବା ଆଶାରେ ବ୍ୟବଚ୍ଛେଦ ହୋଇଥିବା ଶବକୁ ଧରି ବେଗୁନିଆ ଥାନା ସମ୍ମୁଖରେ ଥିବା ୫୭ ନମ୍ବର ଜାତୀୟ ରାଜପଥ ଉପରେ । ପୁଲିସ ପାଖରୁ ନ୍ୟାୟ ମିଳୁ ବୋଲି ବାହୁନି କାନ୍ଦୁଛି ମା ।ଶେଷରେ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ ।

Leave a Reply

Your email address will not be published. Required fields are marked *