ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକର ବରିଷ୍ଠ ରାଜନେତା ତଥା ସମାଜସେବୀ ସୁଶିଲ୍ କୁମାର ବିଷୋୟୀଙ୍କର ଦ୍ବାଦଶାହ ରେ ସ୍ମତିଚାରଣ ସଭା ବର୍ଷିଆନ ଶିକ୍ଷକ ଗୋଲଖ ବିହାରୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଦେଉଗାଁ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସ୍ମୁତିଚାରଣ ସଭାରେ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଡାକ୍ତର ସୁରେନ୍ଦ୍ର ନାଥ ଦାସ , ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ , ବ୍ଳକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ , ବିଜେପି ଜିଲ୍ଲା ସାଧାରଣ ସଂପାଦକ ଦୁଷ୍ମନ୍ତ ହରିଚନ୍ଦନ , ଭାଗୀରଥି ମଣ୍ଡଳ , ଅବସର ପ୍ରାପ୍ତ ଶିକ୍ଷକ ଦୁର୍ଗା ଚରଣ ମହାରଣା , ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ , ରେଣୁବାଳା ଛାଟୋଇ , ନର୍ମଦା ପ୍ରଧାନ , ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ, ଅଜୟ ପାଟ୍ଟସାଣୀ , ହେମନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ଦିବଂଗତ ସୁଶିଲ୍ ଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ବର୍ଗତ ଶ୍ରୀ ବିଷୋୟୀ ତାଙ୍କ ରାଜନୈତିକ ଜୀବନରେ ୧୯୯୨ ମସିହାରେ ଅପ୍ରତିଦ୍ଵନ୍ଦୀ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିବା ବେଳେ , ପରବର୍ତ୍ତି ସମୟରେ ପୁଣିଥରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ଓ ପରେ ପରେ ନିଜ ଧର୍ମ ପତ୍ନୀଙ୍କୁ ବାଣପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାବେ ନିର୍ବାଚିତ କରାଇଥିଲେ । ଅନ୍ୟପକ୍ଷରେ ସେ ଚିଲିକା ରାଜନୀତିର ନିର୍ଭିକ ନେତା ଓ ଚାଣକ୍ୟ ବୋଲି କୁହାଯାଏ । ସମାଜ ସେବାରେ ତାଙ୍କର ଅବଦାନ ସବୁଦିନ ପାଇଁ ଅପୁରଣିୟ ହୋଇ ରହିବ ବୋଲି ସୁଶିଲ୍ ପ୍ରେମିମାନେ ଆୟୋଜିତ ସ୍ମୁତିଚାରଣ ସଭାରେ ପ୍ରକାଶ କରିଥିଲେ । ଦିବଂଗତ ଶ୍ରୀ ବିଷୋୟୀ ଜଣେ ଧର୍ମ ପରାୟଣ, ମିଷ୍ଠଭାସି, ପରୋପକାରୀ ବ୍ୟକ୍ତିଥିବା ବେଳେ ତାଙ୍କର ବିୟୋଗରେ ସ୍ଥାନିୟ ଅଞ୍ଚଳ ମର୍ମାହତ ହୋଇପଡିଛି । ତେବେ ଆୟୋଜିତ ସ୍ମୁତିଚାରଣ ସଭା ପୂର୍ବରୁ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟି ନିରବ ପ୍ରାର୍ଥନା କରାଯାଇଥିଲା ଓ ପରେପରେ ତାଙ୍କର ଫଟୋଚିତ୍ରରେ ପୂଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଜିବ ପାଟ୍ଟସାଣୀ , ଶରତ ଚନ୍ଦ୍ର ଛାଟୋଇ , ସୁରେଶ ଚନ୍ଦ୍ର ବିଶୋୟୀ ଙ୍କ ସମେତ ଗ୍ରାମବାସୀ ପରିଚାଳନା କରିଥିଲେ ।
ବାଣପୁର ଅଞ୍ଚଳର ସମାଜସେବୀ ସୁଶିଲ୍ ବିଷୋୟୀଙ୍କ ଦ୍ବାଦଶାହ ରେ ସ୍ମୃତିଚାରଣ ସଭା !!!

