ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାକାଶ କୁ ମନୁଷ୍ୟ ଯାଉଛି ସତ ! ହେଲେ ଏବେବି ମହାକାଶର ରହସ୍ୟ ଆମ ପାଖରେ ଅପହଞ୍ଚ ! ବେଳେବେଳେ ଏମିତି କିଛି ମହାଜାଗତିକ ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରିଥାଏ ! ଆଜି ଆକାଶରେ ଦେଖିବାକୁ ମିଳିଛି ଚନ୍ଦ୍ର ବିନ୍ଦୁ – କିନ୍ତୁ ତାହା ଓଲଟା ! ଅର୍ଥାତ ଓଡ଼ିଆ ବର୍ଣ୍ଣମାଳାରେ ଥିବା ଚନ୍ଦ୍ରବିନ୍ଦୁ ମାତ୍ରା ର ଠିକ ଓଲଟା ଆକୃତିର ଦୃଶ୍ୟ ସନ୍ଧ୍ୟା ପରଠାରୁ ଦେଖିବାକୁ ମିଳିଛି ! ଚନ୍ଦ୍ର ତଳକୁ ଏକ ଉଜ୍ଜଳ ତାରକା ଠିକ ବିନ୍ଦୁ ଆକାରରେ ଶୋଭା ପାଉଛି ! ଏପରି ଦୃଶ୍ୟର ଫଟୋ ପ୍ରଥମେ ସାମାଜିକ ଗଣମାଧ୍ୟମରେ ଆସିବା ପରେ ସମସ୍ତଙ୍କର ଆଗ୍ରହ ବଢିଥିଲା !
ଆକାଶରେ ଚନ୍ଦ୍ର ବିନ୍ଦୁ – କିନ୍ତୁ ଓଲଟା !!!

