ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ରେ ଦିନ କୁ ଦିନ ବେଆଇନ ଇଟାଭାଟି ବଢ଼ିବାରେ ଲାଗିଛି । ସରକାରୀ ନିୟମ ଅନୁଯାୟୀ ଇଟାଭାଟି କରିବା ନିମନ୍ତେ ପ୍ରଶାସନ ରୁ ଅନୁମତି ଆଣିବା ସହ ରାଜସ୍ବ ଦେବାକୁ ପଡ଼ିଥାଏ । ହେଲେ ବାଣପୁର ଅଞ୍ଚଳ ରେ ବିନା ଅନୁମତିରେ ଶହ ଶହ ଇଟାଭାଟି ମାନ ଗଢିଉଠିଛି କିପରି । ତାହାପୁଣି ଜନବସତି ନିକଟରେ । ଯାହାକୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କଲେଣି । ଗ୍ରୀଷ୍ମ ରୁତୁରେ ଇଟାଭାଟି ର ପ୍ରବଳ ତାପମାତ୍ରା ସାଙ୍ଗକୁ ତାହାର ଧୂଆଁର ପ୍ରଭାବରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି । ତେବେ ଏହା ଉପରେ ତହସିଲଦାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପ୍ରଶାସନିକ କ୍ଷମତାମାନ ରହିଛି । ହେଲେ ଏହି ଦିଗରେ ସ୍ଥାନୀୟ ପ୍ରଶାସନ କାହିଁକି ନୀରବଦ୍ରଷ୍ଟା ସାଜିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ତେବେ ପରିବେଶ କୁ ସୁରକ୍ଷା ଦେବା ସହ ଜନସାଧାରଣଙ୍କୁ ପ୍ରଦୂଷଣ ଦାଉରୁ ରକ୍ଷା କରାଯିବା ନେଇ ଚଳିତ ମାସରେ କୁମାରଙ୍ଗ ପଞ୍ଚାୟତ ଏକଡାଳିଆ ଗ୍ରାମରୁ କିଛି ବ୍ୟକ୍ତି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଯେଉଁ ଥିରେ ଅଭିଯୋଗ ଥିଲା ସେହି ଗ୍ରାମର ଜୈନିକ ଏକ ବ୍ୟକ୍ତି ଗ୍ରାମନିଟସ୍ଥ ଉତ୍ତର ପାର୍ଶ୍ୱରେ ପ୍ରାୟ ୨ ରୁ ୩ଏକର ଜମିରେ ବେଆଇନ ଭାବେ ଇଟାଭାଟି ମାନ କରି ପରିବେଶ କୁ ଦୂଷିତ କରିବା ସହ ଲକ୍ଷ ଲକ୍ଷ କଞ୍ଚା ଇଟାମାନ ପକାଇଥିବା ନେଇ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ସେ ଗ୍ରାମ ନିକଟରେ କିଛି ବ୍ୟକ୍ତି ବେଆଇନ ଇଟାଭାଟି ମାନକରି ପରିବେଶ କୁ ଦୂଷିତ କରୁଥିବାରୁ ତାହାକୁ ରୋକିବା ନେଇ ଅଭିଯୋଗ କରିଥିଲେ । ଏନେଇ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କୁ ପଚାରିବାରୁ ସେ କହିଥିଲେ – ହଁ ଏଭଳି ଏକ ଅଭିଯୋଗ ଆମ ପାଖକୁ ଆସିଛି । କିନ୍ତୁ ଆମ୍ଭେ ତାହାର ତଦନ୍ତ କରୁଛୁ । ତେବେ ସେହିପରି ବାଣପୁର ବିଜ୍ଞାପିତ ଅଞ୍ଚଳ ସମେତ ନନ୍ଦପୁର ପଞ୍ଚାୟତ, କୁମାରଙ୍ଗ ପଞ୍ଚାୟତ, ଗାଲୁଆ ପଞ୍ଚାୟତ, ବିଷ୍ଣୁଡିହ ପଞ୍ଚାୟତ , ତୁମୁରାପୁଟ ପଞ୍ଚାୟତ, ଭବାନୀପୁର ପଞ୍ଚାୟତ ଆଦି ଅଞ୍ଚଳରେ ଛତୁ ଫୁଟିଲା ପରି ଶହ ଶହ ବେଆଇନ ଇଟାଭାଟି ମାନ ଗଢି ଉଠିଛି । ହେଲେ ପ୍ରଶାସନ ଏହାକୁ ରୋକିବାରେ କାହିଁକି ବୈମାତୃକ ମନୋଭାବ ପୋଷଣ କରୁଛି । ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବାଣପୁର ଅଞ୍ଚଳରେ ମାଳ ମାଳ ବେଆଇନ ଇଟାଭାଟି : ବଢୁଛି ପ୍ରଦୂଷଣ – ପ୍ରଶାସନ ନିରବ !!!

