ବାଲୁଗାଁ ର ତନିଷ୍କା ସେନାପତିଙ୍କୁ କରାଟେ ରେ ସ୍ୱର୍ଣ୍ଣପଦକ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶା କରାଟେ ଆସୋସିଏସନ ଆନୁକୂଲ୍ୟରେ ଝାରସୁଗୁଡା ସ୍ପୋର୍ଟ ଅଡ଼ିଟୋରିଅ ମଠାରେ ଦୁଇ ଦିନିଆ କରାଟେ ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ୫୦୦ ପ୍ରତିଯୋଗି ଭାଗ ନେଇଥିବା ବେଳେ ବହୁ ପ୍ରତିଯୋଗୀ ମାନେ ବିଭିନ୍ନ ବର୍ଗରେ ବହୁ ପଦକ ହାସଲ କରିଛନ୍ତି । ଏହି ସଫଳ ପ୍ରତିଯୋଗୀମାନେ ଜାତୀୟ ସ୍ତରରେ ଖେଳିବା ପାଇଁ ଏକ ପ୍ରକାର ନିଶ୍ଚିତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ସୌମ୍ୟ ରଞ୍ଜନ ନାୟକ ବ୍ୟକ୍ତିଗତ ଭାବେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ବିଜୁ ବିଶ୍ୱାସ ରୌପ୍ୟ ଓ ବିକାଶ ଦାସ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଏବଂ ବାଲୁଗାଁର ତନିଷ୍କା ସେନାପତି ଜୁନିଅର ବର୍ଗରେ ବ୍ୟକ୍ତିଗତ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ସ୍ୱାଗତିକା ପାତ୍ର ବ୍ୟକ୍ତିଗତ ଭାବେ ସ୍ୱର୍ଣ୍ଣପଦକ, ସୌମ୍ୟ ଜୁନିଅର ବାଳକରେ ଶ୍ରେୟାଂଶ ସେନାପତିଙ୍କୁ ବ୍ୟକ୍ତିଗତ ଭାବେ ସ୍ୱର୍ଣ୍ଣପଦକ ମିଳିଥିବା ବେଳେ ଆର୍ଶୀଥ ସେନାପତି ବ୍ୟକ୍ତିଗତ ଭାବେ ରୌପ୍ୟ ପଦକ ଜିତିଛନ୍ତି ।

Leave a Reply

Your email address will not be published. Required fields are marked *