ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଅବସ୍ଥା ଶୋଚନୀୟ : ତୁରନ୍ତ ମରାମତି ପାଇଁ ଦାବୀ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବାଲିଗୁଡା ବସଷ୍ଟାଣ୍ଡ ନିକଟ ନୁଆସାହି ଓ ବୁଡ଼ାଗୁଡା କୁ ଯିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ଦେଖାଦେଇଛି l ଏହି ରାସ୍ତା ଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ବେଳେ ଗତ ବର୍ଷା ଋତୁରେ ପ୍ରବଳ ବନ୍ୟା ପାଣି ଆସି ରାସ୍ତାର ପିଚୁ ଉଠି ଯିବା ସହ ଖାଲଖମା ହୋଇ ପାଣି ଜମି ରହିଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉ ନଥିବା ଯୋଗୁଁ ଅସନ୍ତୋଷ ଦେଖାଯାଇଛି l ଗତ ଦଶହରା ଯାତ୍ରା ସମୟରେ ସେହି ରାସ୍ତାରେ ଥିବା ଖାଲରେ ମାଟି ପକାଇ ଦେଇ କାର୍ଯ୍ୟ ସମ୍ପାଦନା କରି ନିଜ କାର୍ଯ୍ୟ ଶେଷ କରି ଦେଇଥିବାରୁ ବର୍ତ୍ତମାନ ସାମାନ୍ୟ ବର୍ଷା ରେ ପୁଣି ଖାଲ ହୋଇ ପାଣି ଜମି ରହୁଛି l ଯାହାକି, ଯାନବାହାନ ଯାତାୟାତ ସମୟରେ ପାଣି ଛିଟିକି ଜନସାଧାରଣ ଙ୍କ ଉପରେ ପଡୁଛି, ଏହାକୁ ନେଇ ମଧ୍ୟ ଯାନବାହାନ ଚାଳକ ଓ ଯାତାୟାତ ଜନସାଧାରଣ ଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି l ଏହି ରାସ୍ତା କଡ଼କୁ ଲାଗି ଦୁଇଟି ପୋଖରୀ ରହିଥିବା ବେଳେ ବର୍ଷା ସମୟରେ ସେହି ପୋଖରୀ ପାଣି ନିଷ୍କାସିତ ହୋଇ ନ ପାରି ରାସ୍ତା ଉପର ଦେଇ ପ୍ରବାହିତ ହୋଇଥିବାରୁ ରାସ୍ତାର ଏଭଳି ଅବସ୍ଥା ହେଉଥିବା ଜଣାଯାଇଛି l ତେବେ ପୋଖରୀ ନିର୍ମାଣ ସମୟରେ ପୋଖରୀର ବଳକା ପାଣି ନିଷ୍କାସନ ନିମନ୍ତେ କୌଣସି ସଠିକ ଯୋଜନା କରାଯାଇ ନ ଥିବାରୁ ଏଭଳି କୃତିମ ବନ୍ୟା ସୃଷ୍ଟି କରିବା ସହ ରାସ୍ତାର ଉପରେ ପାଣି ଜମି ରହି ଏଭଳି ଅସୁବିଧା ସୃଷ୍ଟି ହେଉଛି l ବର୍ତ୍ତମାନ ସେହି ରାସ୍ତା ରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଥିବା ଲକ୍ଷ୍ୟ କରାଯାଇଛି l ବାଲିଗୁଡା ଟାଉନର ଏପରି ଅନେକ ରାସ୍ତା ଖାଲ ଢିପ ହୋଇ ସାମାନ୍ୟ ବର୍ଷା ରେ ପାଣି ଜମି ରହୁଛି l ଏ ସମ୍ପର୍କ ରେ ବିଭାଗୀୟ ଅଧିକାରୀ ଧବଳେଶ୍ୱର ପାତ୍ର ଙ୍କୁ ପଚାରିବାରୁ ସେ କହିଲେ ଯେ, ତାହା ଆମ ନଜରକୁ ଆସିଛି, ଏଣୁ ଉକ୍ତ ରାସ୍ତା ଖୁବ ଶିଘ୍ର ମରାମତି କରାଯିବ l ଆଗକୁ ଶ୍ରୀରାମ ନବମୀ ଓ ତେର ଶମ୍ଭୁ ମିଳନ ଭଳି ପର୍ବ ରହିଥିବାରୁ ସେହି ରାସ୍ତା ଦେଇ ଦଣ୍ଡୁଆ ମାନେ ଉକ୍ତ ପୋଖରୀ ରେ ସ୍ନାନ ଶୌଚାଦି କରିବେ l ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ମରାମତି କରିବା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *