ସନ୍ଦେହରୁ ଅମାନବୀୟ କାଣ୍ଡ : ସ୍ବାମୀ ହାତରେ ଚାଲିଗଲା ସ୍ତ୍ରୀ ର ଜୀବନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଵୁରୁ ସାହିରେ ସ୍ବାମୀ ମାଡରେ ସ୍ତ୍ରୀ ମୃତ ହୋଇଥିବା ସୂଚନା ମିଳିଛି ! ଗ୍ରାମର ବସନ୍ତ ବେହେରା ଓ ତାଙ୍କ ସ୍ତ୍ରୀ ପିଙ୍କି ବେହେରାଙ୍କ ମଧ୍ୟରେ ପାରିବାରିକ କଳହ ସୃଷ୍ଟି ହେବା ଫଳରେ ବସନ୍ତ ବେହେରା ରାଗର ବଶବର୍ତ୍ତୀ ହୋଇ ପିଙ୍କି ବେହେରାଙ୍କୁ ମାଡ ମାରିବା ସହିତ ବେକ ମୋଡ଼ି ଜୀବନରୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ହତ୍ୟାକାରୀ ସ୍ବାମୀ ବସନ୍ତ ବେହେରା ଆଜି ସୁକିନ୍ଦା ଥାନାରେ ନିଜେ ଆତ୍ମା ସମର୍ପଣ କରି ନିଜ ଦୋଷ ସ୍ୱୀକାର କରିଥିଲା । ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଶବ ଜବତ କରି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *