ଲକ୍ଷ୍ମୀ ବସଷ୍ଟାଣ୍ଡ ହୋଇଗଲା : ଚକ ଏବେବି ଗଡିଲାନି ଗାଁ ରାସ୍ତାରେ !!!

0
161
Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବର୍ଷକ ତଳେ ପୂର୍ବ ସରକାର ପ୍ରତି ପଂଚାୟତ ରୁ ସଦର ମହକୁମା ପର୍ଯ୍ୟନ୍ତ ଲୋକଙ୍କର ଦୈନନ୍ଦିନ ଯାତାୟତ ସୁବିଧା ପାଇଁ ବ୍ୟୟବହୁଳ ଲକ୍ଷ୍ମୀ ବସ ଯୋଜନା ଆରମ୍ବ କରିଥିଲେ | ବାଙ୍କୀ ଡମପଡା ବ୍ଲକର 38 ନମ୍ବର ଜୋନ ପାଇଁ ଦୁଇଗୋଟି ବସ ଚାଲୁଅଛି | ଡମପଡା ବ୍ଲକର ଗୋଟେ ରାସ୍ତାରେ ଚାଲୁଥିବା ବସ ତିନୋଟି ପଂଚାୟତକୁ ଯାଉନାହିଁ | କିଂତୁ ଉକ୍ତ ବସର ଆଗ ପଛର ଡିସପ୍ଲେରେ ତିନି ପଂଚାୟତକୁ ଯାଉଥିବାର ନାମ ଫଳକ ଦୃଶ୍ୟମାନ ହେଉଅଛି | ଡମପଡାରୁ କୁସୁନ୍ଦା ଦୁଲଣାପୁର ତାଳବସ୍ତ ପଦନପୁର ପର୍ଯ୍ୟନ୍ତ ପ୍ରାୟ ଦଶ କିଲୋମିଟର ରାସ୍ତା | ପ୍ରାୟ ଚଉଦ ଲକ୍ଷ ଟଙ୍କାର ବ୍ୟୟରେ ତିନୋଟି ବସ ଷ୍ଟାଣ୍ଡ କୁସୁନ୍ଦା, ଅରପୁର ଏବଂ ତାଳବସ୍ତ ଗ୍ରାମରେ କରାଯାଇଛି | ଏହି ତିନୋଟି ପଂଚାୟତରୁ ପ୍ରତିଦିନ ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀ, ସାଧାରଣ ଲୋକ ଓ ସରକାରୀ କର୍ମଚାରୀ ବାଙ୍କୀ ରେ ଥିବା କଚେରୀ, ଥାନା, ବ୍ଲକ, ସ୍କୁଲ କଲେଜ ଉପରେ ନିର୍ଭର କରିଥାନ୍ତି | ବର୍ତ୍ତମାନ ସମୟରେ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଚାଲୁଥିବା ସମସ୍ତ ଲକ୍ଷ୍ମୀ ବସ ଗୁଡିକ ପୂର୍ବ ଅପେକ୍ଷା ଭଲ ବ୍ୟବସାୟ କରୁଛନ୍ତି | ସବୁ ଶ୍ରେଣୀର ଲୋକମାନଙ୍କର ଏବେ ଲକ୍ଷ୍ମୀବସ ପସନ୍ଦ ହୋଇଅଛି | ଲକ୍ଷ୍ମୀ ବସ ସେବାରୁ ବଂଚିତ ଥିବା କୁସୁନ୍ଦା, ଦୁଲଣାପୁର ଏବଂ ତାଳବସ୍ତ ପଂଚାୟତକୁ ନିୟମିତ ପୂର୍ବ ନିର୍ଦ୍ଧାରିତ ଅନୁସାରେ ବର୍ତ୍ତମାନ ଚାଲୁଥିବା ବସଟିକୁ ଚଳେଇବାକୁ ଜନ ସାଧାରଣ ଦାବୀ କରିଛନ୍ତି |

LEAVE A REPLY

Please enter your comment!
Please enter your name here