ଓଡ଼ିଶୀ ସଙ୍ଗୀତ ବିଶାରଦ ପଣ୍ଡିତ ରଘୁନାଥଙ୍କ ଦସ୍ତାବୀଜକରଣ !!!

0
99
Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର , ଭୁବନେଶ୍ବର ତରଫରୁ ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ତଥା ଗବେଷକ ପଣ୍ଡିତ ରଘୁନାଥ ପାତ୍ରଙ୍କ ଜୀବନ ବ୍ୟାପି ସଂଗୀତ ସାଧନା ତଥା ଓଡ଼ିଶୀ ସଂଗୀତ ପ୍ରଶିକ୍ଷଣ ସମ୍ୱନ୍ଧିତ ଜ୍ଞାନ ଅନୁଭୁତିକୁ ଭିଡିଓ ରେକର୍ଡିଂ କରି ଗବେଷଣା କେନ୍ଦ୍ରର ଅଭିଲେଖାଗାର ରେ ସଂରକ୍ଷଣ କରାଯାଇଛି ! ଯାହାକି ବର୍ତ୍ତମାନ ଓ ଭବିଷ୍ୟତ ର ସଂଗୀତ ଗୁରୁ ଏବଂ ଶିକ୍ଷାର୍ଥୀ ମାନଙ୍କ ପଥ ପଦର୍ଶନ କରିବାରେ ସହାୟକ ହୋଇପାରିବ। ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୃତ୍ୟଗୁରୁ ସିକତା ଦାସ ଓ ଗୁରୁ କେଶବ ଚନ୍ଦ୍ର ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ ସମାପନ ହୋଇଛି । ଏଥି ପାଇଁ ପାରଳା ଓ ଓଡ଼ିଶାର ବିଭିନ୍ନ ମହଲରୁ ଗୁରୁ ରଘୁନାଥ ପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here