ଗଜପତି ଜିଲ୍ଲାରେ ମାଇନରିଟି ସେଲ୍ ର ରାଜ୍ୟ ଉପଦେଷ୍ଟା ଙ୍କୁ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ସର୍କିଟ ହାଉସ୍ ଠାରେ ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମାଇନରିଟ ଉପଦେଷ୍ଟା ଙ୍କୁ ଜିଲ୍ଲା ର ସମସ୍ତ ବିଜୁ ଜନତା ଦଳର ପ୍ରମୁଖ ତଥା ବରିଷ୍ଠ ବ୍ୟକ୍ତି ସମ୍ବର୍ଦ୍ଧନା ଜଣାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ,ରାଜ୍ୟ ମାଇନରିଟ ସେଲର ଉପଦେଷ୍ଟା ପୃଥ୍ୱୀରାଜ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ପ୍ରଦୀପ ନାୟକ, ବସନ୍ତ ଦାସ, ଲିଙ୍ଗରାଜ ବାବୁ, ମହିଳା ସଭାପତି ପୁର୍ନବାଶି ନାୟକ, ପୁର୍ବତନ ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ମାଇନରିଟ ସେଲ୍ ର ସମ୍ପାଦକ ପଲ୍ଲବ ଲ୍ଲିମା, ସମସ୍ତ ଜିଲ୍ଲା ପରିଷଦ, ସମସ୍ତ ବ୍ଲକ୍ ଚେୟାରମ୍ୟାନ, ଏନ୍,ଏ,ସି ଚେୟାରମ୍ୟାନ , ସମସ୍ତ କାଉନସିଲର ତଥା ବିଜୁ ପରିବାର ର ବହୁ ବରିଷ୍ଠ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକାରି କାର୍ଯ୍ୟ ଗୁଡ଼ିକ ସଫଳ ଭାବେ ରୂପାୟନ ହୋଉଛିନା ନାହିଁ ତା ଉପରେ ଆଲୋକପାତ କରିଥିଲେ । ତତ୍ ସହିତ ଆଗାମୀ ଦିନରେ କିଭଳି ଭାବରେ ତୃଣମୂଳ ସ୍ତରରେ ଦଳକୁ ସୁଦ୍ରୁଢ଼ କରି ହେବ ତା ଉପରେ ସମସ୍ତ ବୁଦ୍ଧିଜୀବୀ ମାନେ ନିଜ ନିଜ ମତ ବ୍ୟକ୍ତ ରଖିଛନ୍ତି । ଶେଷରେ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ମାନ୍ୟବର ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଗଜପତି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିବା ରୂ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି । ଶେଷରେ ସମସ୍ତ ବିଜୁପ୍ରେମୀ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *