ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ସଚିବାଳୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଙ୍କୁ ସାକ୍ଷାତ କରି ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ପ୍ରଦାନ ପାଇଁ ଆବଶ୍ୟକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୪ ତାରିଖରେ ବିଧାୟକ ଡ଼ଃ. ସାହୁ ଚିଠି ନଂ-୧୦୬/ଏମଏଲଏଏନରେ ଛେନାପୋଡ଼କୁ ଭୌଗଳିକ ମାନ୍ୟତା ପାଇଁ ଚିଠି ଲେଖିଥିଲେ । ଏହା ପରେ ନୟାଗଡ଼ ଜିଲ୍ଲାପାଳ ଗତ ୨୦ ତାରିଖରେ ଚିଠି ନଂ- ୬୩୭ / ୨୦.୦୩.୨୦୨୩ ମାଧ୍ୟମରେ ନିବନ୍ଧକ, ଭୌଗଳିକ ସଂକେତ ରେଜିଷ୍ଟ୍ରି ଅଫିସ ଚେନ୍ନାଇଙ୍କୁ ଆବଶ୍ୟକ ଦସ୍ତାବିଜ ସହିତ ଛେନାପୋଡ଼ର ଜିଆଇ ଟ୍ୟାଗ ନିମନ୍ତେ ଆବେଦନ କରିଥିଲେ । ତେବେ ନୟାଗଡ଼ ଜିଲ୍ଲା ତଥା ରାଜ୍ୟର ଗର୍ଵ ଓ ଗୌରବ ବୃଦ୍ଧି ତଥା ସ୍ୱାଦିଷ୍ଟ ଛେନାପୋଡ଼ର ଜିଆଇ ଟ୍ୟାଗ ଭୌଗଳିକ ପରିଚୟ ମିଳି ପାରିବ ବୋଲି ବିଧାୟକ ଡ଼ଃ. ସାହୁ ତାଙ୍କ ଦାବିପତ୍ରରେ ଉଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *