ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ପରିଷଦ ପକ୍ଷରୁ ଓଡ଼ିଶା ଦିବସ ପାଳନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ଉତ୍କଳ ଦିବସରେ ବାଲୁଗାଁ ଏନଏସି ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ, ଉପନଗରପାଳ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଶ୍ରୀମତୀ ଅନିତା ସ୍ୱାଇଁ, ବିଜେଡି ଉପସଭାପତି ଗଣେଶ ପ୍ରଧାନ, କାର୍ଯ୍ୟକାରୀ ସଭାପତି ବୁଲା ଖାଁ, ଏମପି ପ୍ରତିନିଧି ଅକ୍ଷୟ ରଣସିଂହ, ଡିଜିଟାଲ ସେକ୍ରେଟାରୀ ବଟକୃଷ୍ଣ ପ୍ରଧାନ ଏବଂ ସମସ୍ତ ଏନଏସି କର୍ମଚାରୀ,ବାଲୁଗାଁ ଏନଏସି ବିଜେଡି ର କର୍ମୀ, ନାରୀ ନେତ୍ରୀ ମାନେ ଏନଏସି କାର୍ଯ୍ୟାଳୟ ଠାରେ ଉତ୍କଳ ଦିବସ ପାଳନ କରିଥିଲେ । ପଦଯାତ୍ରା କରି ଗାନ୍ଧିଛକ ଠାରେ ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କୁ ପୁଷ୍ପ ମାଳ ଦେଇ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଥିବା ମହାପୁରୁଷ ମାନଙ୍କୁ ପୁଷ୍ପ ମାଳ ଦେଇଥିଲେ । ତା ପରେ ବାଲୁଗାଁ ଚିଲିକା କୁଳ ଠାରେ ଥିବା ସରକାରୀ ବାଳିକା ବିଦ୍ୟାଳୟ ରେ ପାଳନ ହେଉ ଥିବା ଉତ୍କଳ ଦିବସ ରେ ଯୋଗଦାନ କରି ଶେଷରେ ଜରା ନିବାସ ରେ ବୃଦ୍ଧ ବୃଦ୍ଧା ଙ୍କୁ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରି ତାଙ୍କର ସୁବିଧା ଅସୁବିଧା ପଚାରି ବୁଝିବା ସହ ବିଦ୍ୟାଳୟ ମାନଙ୍କ ଉନ୍ନତି ବିଷୟରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *