ବିଜିପୁର ଅନନ୍ତଶ୍ୱର ଦେବଙ୍କ ମନ୍ଦିର ବେଢ଼ାରେ ଶ୍ରୀରାମ, ମାତା ସୀତା ଓ ଲକ୍ଷ୍ମଣଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ପବିତ୍ର ଶ୍ରୀରାମ ନବମୀରେ ଭାପୁର ବ୍ଲକ ବିଜିପୁର ଗ୍ରାମର ପର୍ବତ ଶିଖରରେ ଅବସ୍ଥିତ ବାବା ଅନନ୍ତଶ୍ୱର ଦେବଙ୍କ ମନ୍ଦିର ବେଢ଼ାରେ ନୂତନ କରି ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଲକ୍ଷ୍ମଣଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମନ୍ଦିର ବେଢ଼ା ଚାରିପଟେ ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିବା ବେଳେ ବିଜିପୁର ଗ୍ରାମର ଶିକ୍ଷାବିତ ଯୋଗୀନାଥ ପଟ୍ଟନାୟକ ଏହି ବିଗ୍ରହ ପ୍ରତିଷ୍ଠା କରିଥିଲେ । ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବରେ ପଣ୍ତିତ ଚିନ୍ତାମଣି ଦାସଶର୍ମା, ପ୍ରସନ୍ନ କୁମାର ନନ୍ଦ ଶର୍ମା, ସନ୍ତୋଷ କୁମାର ଦାସଶର୍ମା, ମାନସ କୁମାର ଦାସଶର୍ମା, ସୁଶାନ୍ତ କୁମାର ନନ୍ଦଶର୍ମାଙ୍କ ଦ୍ଵାରା ପୂର୍ବ ନିର୍ଦ୍ଧାରିତ ନୀତି କାନ୍ତିରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ମଧ୍ୟାହ୍ନରେ କ୍ଷୀରାଭିଷେକ ପରେ ବିଗ୍ରହ ପ୍ରତିଷ୍ଠା ଏବଂ ପୂର୍ଣ୍ଣାହୁତି ହୋମଯଜ୍ଞ ସମ୍ପନ୍ନ ହୋଇଥିଲା । ଏହି ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ପ୍ରତିମୂର୍ତ୍ତି ପ୍ରଦାନ କରିଥିବା ଅବସରପ୍ରାପ୍ତ ଶିକ୍ଷକ ଯୋଗୀନାଥ ପଟ୍ଟନାୟକ ଓ ତାଙ୍କର ସହଧର୍ମିଣୀ ମନୋରମା ପଟ୍ଟନାୟକ କର୍ତ୍ତା ଭାବେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା ।

 

Leave a Reply

Your email address will not be published. Required fields are marked *