ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପବିତ୍ର ଉତ୍କଳ ଦିବସ ଅବସରରେ ସୁକିନ୍ଦା ସ୍ଥିତ ଥାର୍ଡ ଇଣ୍ଡିଆନ ରିଜର୍ଭ ବାଟାଲିୟନ ପକ୍ଷରୁ ୮୮ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ପ୍ୟାରେଡ କାର୍ଯ୍ୟକ୍ରମରେ ଦୂର୍ଗପତି ଲୋଚନ ପଶାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ୟାରେଡ କମାଣ୍ଡାଣ୍ଟ ସୁନିଲ କୁମାର ମଲ୍ଲିକ, ଜ୍ଞାନରଞ୍ଜନ ରାଉତ, ନୃସିଂହ ଚରଣ ଦାସ, ଭାଗ୍ୟଧର ଜେନା, ସନ୍ତୋଷ କୁମାର ନାୟକ, ବି. କିଶାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବାଟାଲିୟନରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଶରତ କୁମାର ସେଠୀ, ଗୋଲବଦନ କିଷାନ, ଉମେଶ ଚନ୍ଦ୍ର ନାୟକ, ଜଗନ୍ନାଥ ସେଠୀ, କୈଳାସ ଚନ୍ଦ୍ର ନାଗ, ଆରତ ପ୍ରସାଦ ସେଠୀଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଛି । ମୁଖ୍ୟ ଅତିଥି ଶ୍ରୀ ପଶାୟତ କୃତିତ୍ଵ ହାସଲ କରିଥିବା କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ ।
ଥାର୍ଡ ରିଜର୍ଭ ବାଟାଲିୟନ ପକ୍ଷରୁ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ !!!

