ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସୋସାଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ଏହି ଘଟଣା , ଟିକା ନେଲା ପରେ ଶରୀର ରେ ଆସୁଛି ଏହି ପରିବର୍ତ୍ତନ । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ୭ ନଂ ୱାର୍ଡ଼ ରାମଚନ୍ଦ୍ର ବଜାର ଠାରେ । ବାବୁଲି ମହାରଣା ଓରଫ ସରୋଜ ମହାରଣା ଗତକାଲି ୪ଟା ସମୟରେ ନିଳଗିରି ଅଞ୍ଚଳରେ ଏକ ଯୁବକଙ୍କର ଦେହରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୋଇଛି ବୋଲି ଦେଖିଥିଲେ । ତାପରେ ସେ ନିଜ ଦେହରେ ପରୀକ୍ଷା କରିବା ପରେ ସମାନ ଜିନିଷ ଦେଖିବାକୁ ପାଇଛନ୍ତି । ତାଙ୍କ କହିବା ଅନୁସାରେ ଗତ ୮ ତାରିଖରେ ସେ ଟିକା ନେଇଥିଲେ । ଏହାର ପ୍ରଭାବରେ ତାଙ୍କ ଦେହରେ ଏପରି ପରିବର୍ତ୍ତନ ଆସିଛି । ତେବେ ତାଙ୍କ ଦେହରେ ଅନ୍ୟ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ତେବେ ଏହାର କାରଣ କଣ ହୋଇପାରେ ଏହା ଏବେ ବି ସନ୍ଦେହ ଘେରରେ ।