ଗଞ୍ଜେଇ ଚାଲାଣ ବେଳେ ଦୁଇଟି ମଟର ସାଇକେଲ ଜବତ : ଘଟଣା ସ୍ଥଳରୁ ଚାଲାଣକାରୀ ଚମ୍ପଟ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡା ଥାନା ଅନ୍ତର୍ଗତ କିଲୁଗାଁ ଗ୍ରାମରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଚଢଉ କରି ୭୩୫ କେଜି ଗଞ୍ଜେଇ ସହ ଦୁଇଟି ବାଇକକୁ ଜବତ କରିଛି ! ତେବେ ପୋଲିସ କୁ ଦେଖି ଦୁଇଟି ବାଇକ କୁ ଛାଡି ୧୦ ଜଣ ଗଞ୍ଜେଇ ଚାଲାଣ କାରୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି l ଏ ନେଇ ବାଲିଗୁଡା ପୋଲିସ କେଶ ନଂ୮୯/୨୩ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରହିଛି ବୋଲି ଆଇଆଇସି ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *