ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖବର ପ୍ରସାରଣ ର କିଛିଦିନ ପରେ ବାଲୁଗାଁ କଲେଜରେ ମୁଖ୍ୟ ଫାଟକରେ ଲାଗିଲା ନାମ ସଂଶୋଧିତ ଫଳକ ! ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା କୂଳ ଠାରେ ଅବସ୍ଥିତ ବାଲୁଗାଁ କଲେଜ ମଝିରୁ ଦୀର୍ଘ ଦିନ ଧରି ଇଂରାଜୀ “ଇ” ଲେଟର ଟି ଖସି ଯାଇଥିଲ ମଧ୍ୟ ଏଥି ପ୍ରତି କାହାରି ଧ୍ୟାନ ନଥିଲା । ବାଲୁଗାଁ କଲେଜର ମୁଖ୍ୟ ଫାଟକରେ ଇଂରାଜୀ “ଇ” ଲେଟର ନାମ ଫଳକ ଟି ନଥିବା ସମ୍ପର୍କରେ କିଛିଦିନ ତଳେ ଆୱାଜ ମିଡିଆରେ ଖବର ପ୍ରସାରଣ କରାଯାଇଥିଲା ! ଖବର ପ୍ରସାରଣର କିଛିଦିନ ର ବ୍ୟବଧାନ ପରେ କଲେଜ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ମୁଖ୍ୟ ଫାଟକରେ ଲାଗିଥିବା ନାମ ଫଳକକୁ ସଂଶୋଧନ କରାଯାଇଛି ।