ବର୍ତ୍ତଣ୍ଡା ଗ୍ରାମରେ ସାନ ଭାଇର ଧାରୁଆ ଅସ୍ତ୍ର ଆକ୍ରମଣରେ ବଡ ଭାଇ ଗୁରୁତର ଆହତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇର ଧାରୁଆ ଅସ୍ତ୍ର ଆକ୍ରମଣରେ ବଡ ଭାଇ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ବର୍ତ୍ତଣ୍ଡା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଗ୍ରାମର 28 ବର୍ଷିୟ ବିପିନ ମଲ୍ଲିକ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବଡ ଭାଈ ତପନ ମଲ୍ଲିକଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ତପନ ମଲ୍ଲିକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସୁକିନ୍ଦା ପୋଲିସ୍ ସହାୟତାରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ !

Leave a Reply

Your email address will not be published. Required fields are marked *