ସ୍ୱାଧୀନ ଭାବରେ ନାମାଙ୍କନ କଲେ ଶିବ ଶଙ୍କର ମହାନ୍ତି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ପରିଷଦ ୧୩ ନମ୍ବର ଜୋନରେ ବିଜେପି କୁ ଲାଗିପାରେ ବଡ ଝଟକା । ଇରାନୀ ଙ୍କୁ ଛାଡି ସ୍ୱାଧୀନ ଭାବେ ପ୍ରାର୍ଥୀ ପତ୍ର ଦାଖଲ କଲେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶିବ ଶଙ୍କର ମହାନ୍ତି । ବିଜେଡି ରୁ ଆସି ନସିର ମହମ୍ମଦ ବିଜେପି ଟିକେଟ ହାତେଇ ଥିବାବେଳେ ବିଜେପି ର ଆଶାୟୀ ପ୍ରାର୍ଥୀ ତଥା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶିବ ଶଙ୍କର ମହାନ୍ତି ସ୍ୱାଧୀନ ଭାବେ ୧୩ ନମ୍ବର ଜୋନ ରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶିବଶଙ୍କର ଙ୍କ ସାଙ୍ଗଠନିକ ଦକ୍ଷତା ଏବଂ ଲୋକପ୍ରିୟତା ବିଜେପି ପ୍ରାର୍ଥୀ ଙ୍କୁ ହଇରାଣ ରେ ପକାଇ ପାରେ ବୋଲି ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *