ନୂଆଗାଁ ( ଆୱାଜ ମିଡ଼ିଆ ) – ସଂଜୀବ କୁମାର ଡାକୁଆ : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ବନ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା . ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମପଞ୍ଚାୟତର କୁତୁରି ଏବଂ ବଡମାଲୁ ଗ୍ରାମକୁ ବିଧାୟକ ରମେଶ ଚନ୍ଦ୍ର ବେହେରା ଯାଇ ବନ୍ୟା ପରର ସମସ୍ୟା ବିଷୟରେ ବୁଝିଥିଲେ l ସୂଚନା ଥାଉକି ଶ୍ରୀ ବେହେରା ବନ୍ୟା ସମୟରେ ମଧ୍ୟ ଡଙ୍ଗାରେ ବୁଲି ବନ୍ୟାଞ୍ଚଳ ବୁଲି ଦେଖିବା ସହିତ ସରକାରୀ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ . ବନ୍ୟା ପରବର୍ତ୍ତୀ ସମୟରେ ଲୋକମାନେ ଅନେକ ସମସ୍ୟା ଭୋଗୁଥିବା ବେଳେ, ସେଗୁଡିକର ନିର୍ଦ୍ଦିଷ୍ଟ ସମାଧାନ ପାଇଁ ସ୍ଥାନୀୟ ବିଧାୟକ ଲୋକଙ୍କ ସହିତ ଆଲୋଚନା କରିଥିବାର ସୂଚନା ମିଳିଛି . ନିର୍ବାଚନମଣ୍ଡଳୀର ଗଣିଆ ଏବଂ ଛାମୁଣ୍ଡିଆ ଅଞ୍ଚଳରେ ବନ୍ୟାର ପ୍ରଭାବ ଅଧିକ ଥିବା କାରଣରୁ କଣ କଣ କ୍ଷତି ହୋଇଛି ସେ ବିଷୟରେ ଦଶପଲ୍ଲା ବିଧାୟକ ସବିଶେଷ ଅନୁଧ୍ୟାନ କରିଛନ୍ତି . ବିଧାୟକଙ୍କ ସହିତ ଗଣିଆ ବ୍ଲକ ଅଧକ୍ଷ ସେଶଦେବ ସ୍ୱାଇଁ, ସାଂସଦ ପ୍ରତିନିଧି ସଦାଶିବ ମିଶ୍ର ଅସୁବିଧା ପରିସ୍ଥିତିରେ ଲୋକଙ୍କ ପାଖରେ ପହଞ୍ଚି ଥିବାରୁ ଜଟିଳ ପରିସ୍ଥିତିରେ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କ ମନରେ ଆଶା ସଞ୍ଚାର ହୋଇଛି .