ଜାଜପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଜାଜପୁର ଗ୍ରାମ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଉତ୍କଳ ବିରପୁତ୍ର ତଥା ଉତ୍କଳ ଗୌରବ ମଧୁସୂଦନ ଦାସ , ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି , ଫକିରମୋହନ ସେନାପତି , ହରେକୃଷ୍ଣ ମହତାବ , ପଣ୍ଡିତ ଗୋଦାବରୀଶ ମିଶ୍ର , ବିଜୟାନନ୍ଦ ପଟ୍ଟନାୟକଙ୍କ ଆପ୍ରାଣ ଚେଷ୍ଟାରେ ଉତ୍କଳ ମାଟିକୁ ଇଂରେଜ ମାନଙ୍କ କବଳରୁ ସ୍ୱାଧୀନ କରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ୧୯୩୬ ମସିହା ଏପ୍ରିଲ ପହିଲା ଦିନ ସଫଳ ହୋଇପାରିଥିଲା । ତେଣୁ ସେହି ବର୍ଷ ଠାରୁ ଏପ୍ରିଲ ପହିଲା ଦିନ ସମଗ୍ର ଓଡ଼ିଶାରେ ଉତ୍କଳ ଦିବସ ପାଳନ ହୋଇ ଆସିଛି ଏବଂ ଏହି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଥିଲେ ବୋଲି କହିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉତ୍କଳ ଦିବସ ଉପରେ ସୁନ୍ଦର ଭାଷଣ ଦେଇ ଏକ ସୁନ୍ଦର , ସବୁଜ , ସମୃଦ୍ଧି ଓଡ଼ିଶାର ସନ୍ତାନ ଭାବେ ଗର୍ବ ଅନୁଭବ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ନର୍ମଦା ଦେଇ ଏହିଭଳି ଏକ ସ୍ୱତନ୍ତ୍ର ଓ ପ୍ରଥମ ସ୍ବାଧୀନ ରାଜ୍ୟର ଓଡ଼ିଆ ସନ୍ତାନ ଦ୍ରୈପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଆସନ ଅଳଙ୍କୃତ କରି ଓଡ଼ିଶାର ଗୌରବକୁ ବଜାୟ ରଖିଛନ୍ତି ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଚପଳା ପାଣିଗ୍ରାହୀ , ଇନ୍ଦିରା ପଣ୍ଡା , ବବିତା ପୁରୋହିତ , ଜଗୁନା ରଇତ ଓ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *