ବାଲୁଗାଁ ସହରରେ ଶ୍ରମମନ୍ତ୍ରୀ ଙ୍କ ଦ୍ବାରା ଉଦଘାଟିତ ହେଲା ମେଗା ସୋ ରୁମ ନୀଲକମଲ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହରରେ ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁଙ୍କ ଦ୍ବାରା ଉଦଘାଟିତ ହେଲା ମେଗା ସୋ ରୁମ ନୀଲକମଲ l ଏହି ନୀଲକମଲ ସୋ ରୁମ ଓଡ଼ିଶାରେ ଭୁବନେଶ୍ୱର, ବଲାଙ୍ଗୀର ଏବଂ କୋରାପୁଟ ସହରରେ ଥିବା ସମୟରେ ବାଲୁଗାଁ ସହରରେ ଏହା ନୀଳକମଲର ଚତୁର୍ଥ ସୋ ରୁମ ବୋଲି ନୀଲକମଲ ଫର୍ଣ୍ଣିଚରର ଅଧିକାରୀ କହିଛନ୍ତି l ଏହି ସୋ ରୁମରେ ଗ୍ରାହକଙ୍କ ଆବଶ୍ୟକ ମୁତାବକ ବିଭିନ୍ନ ଫର୍ଣ୍ଣିଚର ସୁଲଭ ଦରରେ ନିକଟରୁ ଗ୍ରାହକ ମାନେ ପାଇବାର ସୁବିଧା ଥିବା ଯୋଗୁଁ ଅଂଚଳବାସୀଙ୍କ ଭିଡଥିବାର ଦେଖିବାକୁ ମିଳିଥିଲା । ପ୍ରତି ସାମଗ୍ରୀ ଉପରେ ଆକର୍ଷଣୀୟ ଉପହାର ରହିଥିବା ଖବର ସୋ ରୁମ ମାଲିକ ଟୁନା ଖାନ୍ କହିଛନ୍ତି l ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବା ସମୟରେ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଲୁଗାଁ ଏନଏସି ଅଧକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟାକ୍ଷ ଭଗବାନ ପ୍ରଧାନଙ୍କ ସମେତ ଯୁବନେତା ଜୟକୃଷ୍ଣ ସ୍ବାଇଁ, ମନୁ ସ୍ବାଇଁ, ପ୍ରକାଶ ପ୍ରଧାନ ଓ କାଉନସିଲର ମାନେ ଉପସ୍ଥିତ ଥିଲେ l ପ୍ରଥମଥର ପାଇଁ ଏଭଳି ସୋ ରୁମ ଖୋଲିଥିବାରୁ ଅଂଚଳବାସୀ ଖୁସି ଅଛନ୍ତି । ମନ୍ତ୍ରୀଙ୍କ ଉପସ୍ଥିତି ଯୋଗୁଁ ବାଲୁଗାଁ ବାଣପୁର ଅଂଚଳର ଦଳୀୟ କର୍ମୀଙ୍କ ଭିଡ ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *