ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାର ମଧ୍ୟରେ କେତେକ ଘରୋଇ ବସ ନଆସି ନିଜ ମନଇଚ୍ଛା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ବାଇପାସ ରାସ୍ତା ଦେଇ ଉଭୟ ପଟୁ ଯିବା ଆସିବା କରିବା ଫଳରେ ବାଲୁଗାଁ ଓ ତାର ଆଖପାଖ ଅଞ୍ଚଳର ଅଧିବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ! ଯାହା ଫଳରେ ଏହି ଅସୁବିଧାକୁ ଦୂର କରିବା ପାଇଁ ବାଲୁଗାଁ ବଣିକ ସଙ୍ଘର ସଭାପତି ରବି ନାରାୟଣ ନାୟକ ଓ ତାଙ୍କ ସଭ୍ୟ ମାନଙ୍କ ସହିତ ମା ଭଗବତୀ ଘରୋଇ ମାଲିକ ସଂଘ ମିଳିତ ନେତୃତ୍ୱରେ ଆପ୍ରାଣ ଉଦ୍ୟମ କରିଛନ୍ତି । ଘଟଣାରୁ ପ୍ରକାଶ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ,ଆସ୍କା ,ପୋଲିସରା ଓ ବୁଗୁଡା ଅଞ୍ଚଳରୁ ଘରୋଇ ବସ ଗୁଡ଼ିକର ଅଧିକାଂଶ ବସର ରୁଟ ଲାଇସେନ୍ସ ନଥିବା ବେଳେ ସମୟ ନିର୍ଘଣ୍ଟକୁ ଉଲଘଂନ କରି ବାଇପାସରେ ମନଇଚ୍ଛା ଯାତାୟାତ କରୁଛନ୍ତି । ଯାହା ଫଳରେ ବସକୁ ଅପେକ୍ଷା କରି ରହିଥିବା ବାଲୁଗାଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ! ବ୍ୟବସାୟ ହେଉ କିମ୍ବା ଯାତାୟାତ ହେଉ ପ୍ରତ୍ୟେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ବାଲୁଗାଁ ଅଞ୍ଚଳବାସୀଙ୍କ ସୁବିଧା ଲାଗି ମା ଭଗବତୀ ଘରୋଇ ମାଲିକ ମାନେ ସ୍ଥାନୀୟ ବଣିକ ସଙ୍ଘ ଓ ସ୍ଥାନୀୟ ନେତୃବୃନ୍ଦଙ୍କ ସହିତ ଯୋଗାଯୋଗ କରି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଥିଲେ । ଗତ ଦୁଇଦିନ ମଧ୍ୟରେ ଅଧିକାଂଶ ବସ ବାଲୁଗାଁ ମଧ୍ୟରେ ପ୍ରବେଶ କରିଥିବା ବେଳେ ଆଉ କେତେକ ଅମାନିଆ ବାଇପାସ ରାସ୍ତାରେ ଯିବା ଆସିବା କରିଥିଲେ । ଯାହା ଫଳରେ ଗୁରୁବାର ଦିନ ବାଲୁଗାଁ ବାସୀ , ବଣିକ ସଙ୍ଘ ସଭାପତି ରବି ନାରାୟଣ ନାୟକ ଓ ଅନ୍ୟ ସଦସ୍ୟଙ୍କ ସହିତ ମା ଭଗବତୀ ଘରୋଇ ମାଲିକ ସଙ୍ଘର ସଭାପତି ସମରେନ୍ଦ୍ର ପଟ୍ଟନାୟକ , ମନୋଜ କୁମାର ପଟ୍ଟନାୟକ ,ସୁମିତ ଜେନା ସମେତ ଅନ୍ୟ ମାଲିକ ସାମିଲ ହୋଇ ଅମାନିଆ ବସ କର୍ମଚାରୀ ମାନଙ୍କ କାର୍ଯ୍ୟପ୍ରତି ସମାଲୋଚନା କରିବା ସହିତ ବସ ଗୁଡିକୁ ଅଟକାଇ ବାଲୁଗାଁ ବଜାର ମଧ୍ୟରେ ପ୍ରବେଶ କରି ଯାତ୍ରୀ ମାନଙ୍କୁ ସହାୟତା ଦେବାପାଇଁ କହିଥିଲେ । ଏଥିରେ ଅମାନିଆ ମାନେ ବିଶୃଙ୍ଖଳା କଲେ ଆଇନର ଦ୍ୱାରସ୍ଥ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ।
ବାଲୁଗାଁ ବଜାର ଦେଇ ଆସୁ ନଥିବା ଘରୋଇ ବସକୁ ବାଇପାସ ରାସ୍ତାରେ ଅଟକାଇଲେ ସ୍ଥାନୀୟ ଅଞ୍ଚଳ ବାସୀ !!!

