ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଯଦି ଗୋଡ ଏତେ ନରମ , କିଏ କହୁଥିଲା ଝାମୁ ଯାତ୍ରା ଦେଖି ଯିବାକୁ ! ଭକ୍ତି ଥାଉ କି ନଥାଉ ଯଦି , ଭୋଟ ବ୍ୟାଙ୍କ ରାଜନୀତିରେ ଏହା କରିବାକୁ ପଡୁଛି ! ଚପଲ ଯଦି ଖୋଲି ନହେଲା ଦୂରରୁ ଦେଖି ଦେଲେ ହେଇନଥାନ୍ତା ! ପୁରା ଝାମୁ ଗାଡ ପାଖକୁ ଲାଗି ଫଟୋ ପୋଜ ଦେଇଦେଲ ! ଦଳୀୟ କର୍ମୀଙ୍କ ନିମନ୍ତ୍ରଣ , ଉତ୍ସବରେ ସାମିଲ ହେବା ପ୍ରକ୍ରିୟା ସବୁ ଠିକ ଅଛି , ହେଲେ ଗ୍ରାମାଞ୍ଚଳରେ ସଂସ୍କୃତି ପରମ୍ପରା କଥା ନିଆରା ! ତାକୁ ଭୁଲି ଗଲେ କେମିତି ଚଳିବ ! ଏପରି ବିଭିନ୍ନ ମତ ମନ୍ତବ୍ୟ କୁ ନେଇ ସୋସାଲ ଅନେକ ପୋଷ୍ଟ ! ତାହା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଚପଲ ପିନ୍ଧି ଝାମୁ ଯାତ୍ରା ଦର୍ଶନ ଫଟୋ କୁ ନେଇ ! ଚୈତ୍ର ପୂର୍ଣ୍ଣିମା ଅବସରରେ କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମରେ ମା ମଙ୍ଗଳାଙ୍କ ଚୈତି ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ମା’ ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ହୋମ କାର୍ଯ୍ୟ ସହ ମା’ଙ୍କର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । କଳାପଥର ଗ୍ରାମର ପ୍ରତ୍ୟକ୍ଷ ଠାକୁରାଣୀ ମା ମଙ୍ଗଳାଙ୍କ ବିଭିନ୍ନ ପର୍ବକୁ ଆନନ୍ଦ ଉଲ୍ଲାସ ଭକ୍ତି ଓ ନିଷ୍ଠାର ସହ ପାଳିଥାନ୍ତି ଗ୍ରାମବାସୀ । ଝାମୁଯାତ୍ରା ପରେ ମା ଗ୍ରାମ ପରିକ୍ରମା କରି ଶ୍ରଦ୍ଧାଳୁ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି ଏହି ଉତ୍ସବରେ ବାଙ୍କୀର ଯୁବ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଅତିଥି ଭାବେ ଯୋଗଦାନ କରିଥିଲେ । ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ନିଜେ ଜଣେ ବ୍ରାହ୍ମଣ ହୋଇ ସୁଦ୍ଧା ନିଜର ପରମ୍ପରାକୁ ହରାଇଲେ । ଯେଉଁ ସ୍ଥାନରେ ମା ମଙ୍ଗଳାଙ୍କ ଝାମୁଯାତ୍ରା ହେଉଛି ସେଠାରେ ସମସ୍ତ ଭକ୍ତ ମାଙ୍କ ଦର୍ଶନ ନିମନ୍ତେ ଖାଲି ପାଦରେ ଛିଡା ହୋଇଥିବା ବେଳେ ବାଙ୍କୀର ଯୁବ ବିଧାୟକ କିପରି ଚପଲ ପିନ୍ଧି ଝାମୁ ଯାତ୍ରା ସ୍ଥଳରେ ପହଞ୍ଚିଲେ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଚନା ଜୋର ଧରିଛି ।
ବାଙ୍କୀ ବିଧାୟକଙ୍କ ଚପଲ ପିନ୍ଧି ମଙ୍ଗଳା ଦର୍ଶନ ଫଟୋକୁ ନେଇ ଚର୍ଚ୍ଚା !!!

