କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ କଟକ ସହରର ଗୋପାଳ ଜ୍ୟୁ ଲେନ୍, ମଠସାହି ଠାରେ ସ୍ଥିତ ମା ଭଗବତୀ ମଙ୍ଗଳାଙ୍କ ମନ୍ଦିର ଠାରେ ପାଟଫୋଡ଼ା ଝାମୁ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ବହୁ ବର୍ଷ ପୂର୍ବେ ଜଣେ ବ୍ୟକ୍ତି ସନ୍ତାନ ପ୍ରାପ୍ତି ପାଇଁ ଏହି ମା ଭଗବତୀ ମଙ୍ଗଳା ମନ୍ଦିରରେ ମାନସିକ କରିଥଲେ ଓ ତାଙ୍କର ଏହି ମାନସିକ ପୁରଣ ମଧ୍ଯ ହୋଇଥିଲା ! ସେହି ଦିନ ଠାରୁ ଗୋପାଳ ଜ୍ୟୁ ଲେନର ମା ଭଗବତୀ ମଙ୍ଗଳା ମନ୍ଦିରରେ ପାଟଫୋଡ଼ା ଝାମୁ ଯାତ୍ରା ଅନୁଷ୍ଠିତ ହେବାର ରୀତି ଆରମ୍ଭ ହୋଇଥିଲା । ଆଜି ମଧ୍ୟ ଏହି ରୀତି ଓ ନିୟମକୁ ଅଞ୍ଚଳ ବାସିନ୍ଦା ନିୟମର ସହିତ ପାଳନ କରୁଛନ୍ତି ! ନିୟମ ଅନୁଯାୟୀ ମାନସିକ ରଖିଥିବା ମହିଳା ମାନେ ମାଙ୍କ ପାଇଁ କ୍ଷୀରି ତିଆରି କରି ପ୍ରାସାଦ ଚଢ଼ାନ୍ତି ! ମାନସିକ ରଖିଥିବା ଭକ୍ତ ମାନେ ୧୦୮ ହାଣ୍ଡି ବସାଇ କ୍ଷୀରି ତିଆରି କରି ମାଙ୍କ ପାଖରେ ଭୋଗ ଲାଗି କରନ୍ତି ଓ ତାହାକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଥାଆନ୍ତି , ଏହା ହିଁ ଏହି ପୂଜାର ମୂଖ୍ୟ ଆକର୍ଷଣ । ଏହା ବ୍ୟତୀତ ମାନସିକ ରଖିଥିବା ପୁରୁଷ ମାନେ ନିଜ ପିଠି, ମୁହଁ ଓ ଜିଭରେ ପାଟଫୋଡା କରି ନିଆଁରେ ଚାଲନ୍ତି ଓ ମା ଙ୍କ ଆଶିର୍ବାଦ ପାଇବା ପାଇଁ ଗୁହାରୀଆ ରହନ୍ତି । ବିଜ୍ଞାନ ଏହାକୁ ଅନ୍ଧ ବିଶ୍ବାସର ନାମ ଦେଉଥିବା ବେଳେ, ଏହି ଅଞ୍ଚଳର ବାସିନ୍ଦା ମାନେ ଏହାକୁ ମାଙ୍କ ଚମତ୍କାର ଓ ଆଶିର୍ବାଦ ବୋଲି କହନ୍ତି ।