ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ କୋଇଲ ଗ୍ରାମରେ ମୋବାଇଲ ବ୍ୟାଟେରୀ ଫାଟି ଦୁଇ ନାବାଳକ ଆହତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ କୋଇଲ ଗ୍ରାମର ଟୁକୁନା ମହାନ୍ତଙ୍କ ୧୨ ବର୍ଷର ପୁଅ ସୁମନ ମହାନ୍ତ ଓ ପବନା ମହାନ୍ତଙ୍କ ୧୦ ବର୍ଷର ପୁଅ ଦୀପକ ମହାନ୍ତ ଘର ପାର୍ଶ୍ଵରେ ଏକ ମୋବାଇଲରେ ଖେଳୁଥିବା ସମୟରେ ମୋବାଇଲ ବ୍ୟାଟେରୀ ଫାଟି ଦୁଇ ନାବାଳକ ଆହତ ହୋଇଥିଲେ । ପରିବାର ଲୋକେ ନାବାଳକଙ୍କୁ ତୁରନ୍ତ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଦେଖିବାକୁ ମିଳିଛି ।
କୋଇଲ ଗ୍ରାମରେ ମୋବାଇଲ ବ୍ୟାଟେରୀ ଫାଟି ଦୁଇ ନାବାଳକ ଆହତ !!!

