ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର କୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବୀ ନେଇ ପୁଣି ବାଜିଲା ବିଗୁଲ ! ଖୋର୍ଦ୍ଧା ଜିଲ୍ଲାର ବାଣପୁର ବାଲୁଗାଁ ଚିଲିକା ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ଆସନ୍ତା ୧୬ ତାରିଖ ରବିବାର ଦିନ ବାଲୁଗାଁ ଉମାମହେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ଏକ ସାଧାରଣ ବୈଠକ କରି ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟିର ସଭାପତି ନଳିନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି । ବାଣପୁର ଅଞ୍ଚଳର ଜନ ସାଧାରଣ ଦୀର୍ଘ ବର୍ଷ ଧରି ବିଭିନ୍ନ ସମୟରେ ବାଣପୁର ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବି କରି ଆନ୍ଦୋଳନ କରିଥିଲେ ମଧ୍ୟ ଏଯାବତ ବାଣପୁର ନ୍ୟାର୍ଯ୍ୟ ଦାବିରୁ ବଞ୍ଚିତ ହୋଇଛି । ପ୍ରକାଶ ଥାଉ କି ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ କି ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳର କିଛି ବୁଦ୍ଧିଜୀବି, ସାମ୍ବାଦିକ, ଆଇନଜୀବି , ଆଗ ଧାଡ଼ିର ନେତା ବାଣପୁର ରଙ୍କନାଥ ଙ୍କ ପୀଠରେ ଏକ ସାଧାରଣ ସଭା କରି ଏହି ନିଷ୍ପତି ନେଇଛନ୍ତି ।