” ମା’ ଲୋ ଦକ୍ଷିଣକାଳୀ ” ସଙ୍ଗୀତ ଭିଡିଓ ଉନ୍ମୋଚିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ , କଳା – ସାହିତ୍ୟ – ସଂସ୍କୃତିର ଭାବମୟ ଉତ୍ତରଣ “ଶ୍ରୀ ସୃଜନ” ପକ୍ଷରୁ ନୟାଗଡ ପୁରୁଣା ସହରସ୍ଥ ଦକ୍ଷିଣକାଳୀ ମନ୍ଦିର ପରିସରରେ “ମା’ଲୋ ଦକ୍ଷିଣକାଳୀ” ସଙ୍ଗୀତ ଭିଡିଓ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ଶ୍ରୀ ସୃଜନର ସଭାପତି ଡ. ବିଜୟ କୁମାର ଚୌଧୁରୀ , ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପ୍ରଦୀପ ସାହୁ, ଡ. ସୁକାନ୍ତି ମହାନ୍ତି, ପ୍ରତାପ କୁମାର ସାହୁ , ଜୟଶ୍ରୀ ମନ୍ଜିତ୍, ସାଇଶ୍ରୀ ଦେବୀ, ଜିତେନ୍ଦ୍ର ମହାପାତ୍ର ଏବଂ ଅନେକ ଭକ୍ତଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି । ଏହି ଗୀତଟିରେ ଗୀତିକାର ଶ୍ରୀ ସୃଜନର ସଂପାଦିକା ଅଧ୍ୟାପିକା ,କଣ୍ଠଶିଳ୍ପୀ,ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀ କଣ୍ଠ ଦାନ କରିବା ସହିତ ସଙ୍ଗୀତ ସଂଯୋଜନା ମଧ୍ୟ କରିଛନ୍ତି । ଶ୍ରୀ ସୃଜନ ନୟାଗଡ଼ ୟୁଟ୍ୟୁବ୍ ଚ୍ୟାନେଲ ରେ ଗୀତଟି ଉପଲବ୍ଧ ।

 

 

Leave a Reply

Your email address will not be published. Required fields are marked *