ସଶକ୍ତ ସଂଗଠିତ ହେଉଛି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ର ଏକ ଜରୁରୀ ବୈଠକ ରାଜଧାନୀ ଇନ୍ଦିରା ଗାନ୍ଧୀ ପାର୍କ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଜ୍ୟର ପ୍ରମୁଖ ଡିଜିଟାଲ ମିଡ଼ିଆ ସଂସ୍ଥା ର ମାଲିକ ତଥା ସମ୍ପାଦକ ମାନେ ଯୋଗଦାନ କରି ଭବିଷ୍ୟତ ର କାର୍ଯ୍ୟ ପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ l ସୂଚନା ଯୋଗ୍ୟ , ବିଗତ ଦିନରେ ବିଭିନ୍ନ ୱେବ ମିଡ଼ିଆ ଉପରେ କିଛି ବଡ଼ ମିଡ଼ିଆ ହାଉସ ର ପ୍ରରୋଚନା ରେ ଆକ୍ରୋଶ ମୂଳକ ଭାବେ ଦମନ ମୂଳକ ପଦକ୍ଷେପ ଗ୍ରହଣ କରା ଯାଇଥିବାରୁ ଏହାର ଘୋର ନିନ୍ଦା କରା ଯାଇଥିଲା l ଆଗାମୀ ଅପ୍ରେଲ 25 ତାରିଖ ରେ ସଂଘ ତରଫରୁ ବିଭିନ୍ନ ସମସ୍ୟାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପ୍ରତିବାଦ ସଭାର ଆୟୋଜନ ପାଇଁ ନିଷ୍ପତି ନିଆଯାଇଛି l ଏଥିରେ ରାଜ୍ୟର ସମସ୍ତ ୱେବ ସାମ୍ବାଦିକ, ସଂସ୍ଥାର ମାଲିକ, ସମ୍ପାଦକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ତଥା ଅନ୍ୟାନ୍ୟ ଜିଲ୍ଲା ର ପ୍ରତିନିଧି ମାନଙ୍କୁ ଯୋଗଦାନ ପାଇଁ ଅନୁରୋଧ କରାଯାଇଛି l

Leave a Reply

Your email address will not be published. Required fields are marked *