ଚିଲିକାରେ ସରକାରଙ୍କ ନିୟମକୁ ବେଖାତିର କଲେ ପ୍ରଧାନ ଶିକ୍ଷକ ଶରତ ପଟନାୟକ !!!

0
424

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିୟମ ଅନୁଯାୟୀ ଏପ୍ରିଲ ମାସର ୧୨ ତାରିଖ ଠାରୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । କିନ୍ତୁ ଏହାର ସମ୍ପୁର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଗଙ୍ଗାଧରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ୧୨-୦୪-୨୦୨୩ ରିଖ ବୁଧବାର ଦିନ ପ୍ରଥମ ଛୁଟି ଦିନରେ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ପଟ୍ଟନାୟକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ପାଳନ ଅବସରରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀଙ୍କୁ ଡାକି ଆଣି ସକାଳ ୯ ଘଣ୍ଟିକା ଠାରୁ ଦିନ ୪ ଟା ପର୍ଯ୍ୟନ୍ତ ସ୍କୁଲ ପରିସର ମଧ୍ୟରେ ଅଟକାଇ ଥିଲେ ପ୍ରଧାନ ଶିଖକ ଶରତ ପଟ୍ଟନାୟକ । ଗୋଟେ ପଟେ ସରକାରଙ୍କ ଛୁଟି ଘୋଷଣା ଏବଂ ଅନ୍ୟ ପଟେ ସରକାରୀ ପ୍ରଧାନ ଶିକ୍ଷକଙ୍କ ନିୟମକୁ ଫୁ କରି ବେଖାତିର କରିବା କେତେଦୁର ଠିକ ? ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତକୁ ଜାଣିବା ପରେ ଏନେଇ ଗଣ ମାଧ୍ୟମ ଚିଲିକା ବ୍ଲକ ଗୋଷ୍ଠୀ ଶିକ୍ଷାଧୀକାରୀ ନଳିନୀ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ମିଟିଙ୍ଗରେ ଅଛନ୍ତି ବୋଲି କହି କଥାକୁ ଏଡାଇ ଦେଇଥିଲେ । ଏଠାରେ ସରକାରଙ୍କୁ ଛୋଟିଆ ପ୍ରଶ୍ନ ଯେ, ସରକାରଙ୍କ ନିୟମ ବଡ଼ ନା ସ୍କୁଲର ପ୍ରଧାନ ଶିକ୍ଷକ ବଡ଼ ? ଯଦି ଗ୍ରୀଷ୍ମପ୍ରବାହରେ କୌଣସି ଛାତ୍ରଛାତ୍ରୀଙ୍କ କିଛି ଅପ୍ରୀତିକର ଘଟଣା ଘଟି ଥାନ୍ତା ତେବେ କିଏ ରହିଥାନ୍ତା ଦାୟୀ, ସରକାର ନା ପ୍ରଧାନ ଶିକ୍ଷକ ? ଅଭିଭାବକ ମାନଙ୍କ ଅଭିଯୋଗ ଜିଲାପାଳ ମହୋଦୟ ତୁରନ୍ତ ଏହାର ସଠିକ ବିଚାର କରନ୍ତୁ ,ନ ହେଲେ ଏହାକୁ ନେଇ ରାଜରାସ୍ତାରେ ଜୋରଦାର ଆନ୍ଦୋଳନ କରାଯିବ ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here