ପ୍ରକୃତିବନ୍ଧୁଙ୍କ ଦ୍ୱାରା ଗ୍ରୀଷ୍ମକାଳୀନ ଦହିପାଣି ବଣ୍ଟନ ସେବା ଶୁଭାରମ୍ଭ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ୪୨ ମୌଜା ଥାନା ଅନ୍ତର୍ଗତ ଶ୍ରୀରାମ ବଜାର ଠାରେ ଓଡ଼ିଆ ନବବର୍ଷ , ପବିତ୍ର ହନୁମାନ ଜୟନ୍ତୀ ଓ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଗ୍ରୀଷ୍ମକାଳୀନ ତୃଷାର୍ତ୍ତ ଦହି ପାଣି ବଣ୍ଟନ କାର୍ଯ୍ୟକ୍ରମ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି । ବିଶ୍ଵ ପରିବେଶ ସୁରକ୍ଷା ପାଇଁ ନବକିଶୋର ନିରବଚ୍ଛିନ୍ନ ଭାବରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ବୃକ୍ଷରୋପଣ କରି ଜଙ୍ଗଲ ସୃଷ୍ଟି କରିବା ଅଭିଯାନ ଜାରି ରଖିଛନ୍ତି । ଏଥିସହିତ ରୁଗ୍ନଣ ବୁଲା ଗାଈ ଷଣ୍ଢ , ମାଙ୍କଡ ଓ ପକ୍ଷୀ ମାନଙ୍କୁ ନିତିଦିନ ଖାଦ୍ୟ ଓ ଜଳ ଦେଇ ଜୀବଜଗତ ସୁରକ୍ଷା ପାଇଁ ନିଜର ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି । ପ୍ରକୃତି ବନ୍ଧୁଙ୍କ ଏହି ମହତ୍ କାର୍ଯ୍ୟ ଉଦ୍ୟମକୁ ଉତ୍ସାହିତ କରିବା ପାଇଁ ଆବାହକ ଦିଲ୍ଲୀପ ପାଣିଗ୍ରାହୀ, ସମାଜସେବୀ ଭଗବତୀ ପ୍ରସାଦ ପତିଙ୍କ ଆବାହକତ୍ୱରେ ଓଡ଼ିଆ ନବବର୍ଷ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଦର ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ବିଦ୍ୟାଧର ପାତ୍ର, ୬ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରତିନିଧି ଅଜୟ ଦଳାଇ, ବ୍ରହ୍ମପୁର ଗ୍ରା.ପ.ସରପଞ୍ଚ ରବି ନାରାୟଣ ପ୍ରଧାନ, ଦଧିବାମନପୁର ଗ୍ରା.ପ.ସରପଞ୍ଚ ପଦ୍ମନାଭ ଗୋଛାୟତ, ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଗୋଛାୟତ, ପଣ୍ଡିତ ଜଗନ୍ନାଥ ଆଚାର୍ଯ୍ୟ, ମଦନ ମୋହନ ପାଣି, ଋଷି କାଣ୍ଡି, ବାବୁଲି ଜେନା, ସୁଧୀର ମିଶ୍ର, ଜଗବନ୍ଧୁ ମଲ୍ଲିକ ପ୍ରଭୃତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ ନ୍ୟାୟ କର୍ମୀ ବସନ୍ତ କୁମାର ପଣ୍ଡା, ପୃଥିରାଜ ପଣ୍ଡା, ବିଦ୍ୟାପ୍ରସାଦ ପତି, ଚିନ୍ମୟ ଦାଶ, ଦିଲ୍ଲୀପ ଦୀକ୍ଷିତ ଓ ସୁରେଶ ବେଉରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *