ସମ୍ବଲପୁର ହିଂସାକାଣ୍ଡକୁ ବିରୋଧ କରି କଟକ ମହାନଗର ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଧାରଣା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଗତ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ଠାରେ ଶୋଭାଯାତ୍ରା ଉପରେ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ଅସାମାଜିକ ଯୁବକଙ୍କ ଆକ୍ରମଣ ଘଟଣାକୁ ନେଇ କଟକ ରେ ପ୍ରତିକ୍ରିୟା ! ଶୋଭାଯାତ୍ରା ସମୟରେ ପଥର ମାରି ଆକ୍ରମଣ କରିବା ସହିତ, ବିଭିନ୍ନ ଧାରୁଆ ଅସ୍ତ୍ରରେ ହାଣି ମୃତାହତ କରିଥିବା ଅସାମାଜିକ ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ ଏବଂ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ ପାଇଁ ଜୋର ଧରିଛି ଦାବୀ ! ପିଡୀତ ପରିବାରର ଜଣଙ୍କୁ ଯୋଗ୍ୟତା ଆଧାରରେ ସରକାରୀ ଚାକିରୀ ଦେବା ସହିତ ଆକ୍ରମଣରେ ଆହତ ବ୍ୟକ୍ତି ମାନଙ୍କୁ ଚିକିତ୍ସା ବ୍ୟବସ୍ଥା କରିବା ଏବଂ କ୍ଷତି ପୂରଣ ଦେବା ପାଇଁ ଦାବି କରିଛନ୍ତି କଟକ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସଦସ୍ୟ ।

ହିନ୍ଦୁ ମାନଙ୍କ ଧାର୍ମିକ ଅଧିକାରକୁ ସୁରକ୍ଷା ଦେବା ସହିତ ହିନ୍ଦୁ ମାନଙ୍କ ଧନ ଓ ଜୀବନକୁ ସୁରକ୍ଷା ଦେବା ପାଇଁ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ, ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳ ଓ ମୂଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦନ କରିଛନ୍ତି । ଯଦି ରଜ୍ୟ ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ ନ କରନ୍ତି , ତେବେ ବିଶ୍ୱହିନ୍ଦୁ ପରିଷଦ ଆଗାମୀ ଦିନରେ ଓଡ଼ିଶା ବନ୍ଦ ଡାକରା ଦେବା ସହିତ ହିନ୍ଦୁ ମାନଙ୍କ ସାମ୍ବିଧାନିକ ଅଧିକାରକୁ ରକ୍ଷା କରିବା ପାଇଁ ରାସ୍ତାକୁ ଓହ୍ଲାଇବ ବୋଲି ସଂଗଠନ ଦେଇଛି ଚେତାବନୀ ।

Leave a Reply

Your email address will not be published. Required fields are marked *