ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଭାପୁର ବଜାର ନିକଟସ୍ଥ ବିଜୁ ଜନତା କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇଯାଇଛି ! ବ୍ଲକ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର କୁମାର ରଣସିଂହଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଯୋଗଦେବା ସହିତ ସ୍ଵର୍ଗତ ବିଜୁବାବୁ ସ୍ବାଭିମାନି ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ସେ ମଧ୍ୟ ମହିଳା ସଶକ୍ତୀକରଣ ଓ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରବର୍ତ୍ତକ ଥିଲେ ବୋଲି ମତପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଡସହରା ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଟିଆ ସ୍ୱାଇଁ, ଚକ୍ରଧରପ୍ରସାଦ ସରପଞ୍ଚ ବିଜୟ କୁମାର କର, ଶାସନ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ଗୋଚ୍ଚି, ବୈଷ୍ଣବ ନାୟକ, ପ୍ରଫୁଲ୍ଲ କୁମାର ଜାଲ, ଅଜିତ୍ କୁମାର ପାଇକରାୟ, ଶଶୀଭୂଷଣ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

