ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ମାଆ ର ହତ୍ୟାକାରୀ ଡାକ୍ତର ଙ୍କୁ ବହିଷ୍କାର ଦାବି ନାରାବାଜି ଦେଇ ଆଜି ସଂଖ୍ୟାଲଘୁ ମୋର୍ଚା ଓ ମହିଳା ମୋର୍ଚା ତରଫରୁ ଉମରକୋଟ ଥାନା ଘେରାଉ ! ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଚେତାବନୀ ଦେଲେ ଆନ୍ଦୋଳନକାରୀ ! ଗତ ରବିବାର ଦିନ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉମରକୋଟ ବ୍ଲକ ୟୁଭି – 2 ବଡ଼କୁମାରୀ ଗ୍ରାମର ଧୀରଜ ଅଧିକାରୀ ଙ୍କ ଗର୍ଭବତୀ ସ୍ତ୍ରୀ ଏବଂ ଶିଶୁ ମୃତ୍ୟୁ କୁ ନେଇ ଘଟିଥିବା ଏକ ଲୋମଟାଙ୍କୁରା ଘଟଣାକୁ ନେଇ ଆଜି ବିଜେପି ମାଇନରିଟି ମୋର୍ଚା ର ଜିଲ୍ଲା ସଭାପତି ପବିତ୍ର ଗରଡା ଙ୍କ ନେତୃତ୍ୱରେ ମହିଳା ମୋର୍ଚା ଓ ମାଇନରିଟି ମୋର୍ଚା ଶତାଧିକ କର୍ମୀ ଉମରକୋଟ ଥାନା ଘେରାଉ କରିଥିଲେ । ଡାକ୍ତର ଙ୍କ ଅବହେଳା ଯୋଗୁ ଗର୍ଭବତୀ ମହିଳା ସହ ଶିଶୁ ମୃତ୍ୟୁ ଘଟଣାରେ ପରିବାର ଵର୍ଗ ଉମରକୋଟ ଥାନାରେ ଡାକ୍ତର ସୁମନ୍ତ ରାଉଳଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦେଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ମାମଲା ରୁଜୁ କରାଯାଇନାହିଁ ! କେଶ ରୁଜୁ କରିବା ବଦଳରେ ପରିବାର ବର୍ଗଙ୍କୁ ଷ୍ଟେସନ ଡ଼ାଇରୀ ଦିଆଯାଉଛି ! ଏଠି ପ୍ରଶ୍ନ ଉଠୁଛି , ଏମିତିକି ସାଧାରଣରେ ଚର୍ଚା ଯେ ସ୍ଥାନୀୟ ରାଜନେତାଙ୍କ ସହ ଡାକ୍ତର ବାବୁଙ୍କ ସମ୍ପର୍କ ଥିବାରୁ ତାଙ୍କ ବିରୁଦ୍ଧରେ ଯିବାକୁ ଡରୁଚି କି ସ୍ଥାନୀୟ ପ୍ରଶାସନ । ଏଭଳି ଆଗରୁ ମଧ୍ୟ ଡାକ୍ତରଙ୍କ ଅବହେଳା ଯୋଗୁ ପ୍ରାଣ ହରାଇଛନ୍ତି ବହୁ ଗର୍ଭବତୀ ମହିଳା ! ଡାକ୍ତର ଙ୍କ ନାଁ ରେ ଥାନାରେ ଅଭିଯୋଗ କରାଯାଇଥିଲା , ଏଭଳି ବାରମ୍ବାର ଅଭିଯୋଗ ହେବା ସତ୍ୱେ ଡାକ୍ତର ଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଉନାହିଁ ! ଆଉ କେତେ ଲୋକଙ୍କ ଜୀବନ ଗଲାପରେ ଚେତିବେ ମା କୁ ସମ୍ମାନ ର ନାରା ଦେଉଥିବା ରାଜ୍ୟ ସରକାର ! ଉମରକୋଟର ଏହି ଘଟଣା ହିଁ କହି ଦେଉଛି ସ୍ଲୋଗାନ ଆଉ ବାସ୍ତବତା ଭିତରେ କେତେ ତଫାତ !
ମାଆ ର ହତ୍ୟାକାରୀ ଡାକ୍ତର ଙ୍କୁ ବହିଷ୍କାର ଦାବି ନାରାବାଜି ଦେଇ ସଂଖ୍ୟାଲଘୁ ମୋର୍ଚା ଓ ମହିଳା ମୋର୍ଚା ତରଫରୁ ଉମରକୋଟ ଥାନା ଘେରାଉ !!!

